Latest Odisha News

ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ବିଜେପିରେ ସାମିଲ

ପାଟନା: ବିଜେପି ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକଙ୍କୁ ଦଳରେ ସାମିଲ କରିଛି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାର୍ଟିର ୭ ବିଧାୟକ ନିର୍ବାଚନରେ ବାଜିମାତ୍ କରିଥିଲେ ଓ ସରକାରଙ୍କୁ ସମର୍ଥନ କରି ଆସୁଥିଲେ । ଶନିବାର ଦିନ ଜେଡିୟୁ ଦଳର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଭଳି ଖବର ଆସିଛି । ବିଜେପିରେ ସାମିଲ ହୋଇଥିବା ବିଧାୟକ ମାନେ ହେଲେ, ତାଳିମ ତବୋହ, ହେୟେଙ୍ଗ ମଙ୍ଗଫି, ଜିକ୍‌କେ ତକୋ, ଦୋରଜୀ ବଙ୍ଗ୍‌ଦି ଖର୍ମା, ସିୟନ୍‌ଙ୍ଗୁଜ୍ ଏବଂ ମାରିୟାଙ୍ଗ-ଗେକୁରୁ ।

ପୂର୍ବରୁ ନାଗାଲାଣ୍ଡରେ ଥିବା ଏକମାତ୍ର ଜେଡିୟୁ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ଦଳରେ ସାମିଲ କରିଥିଲେ। ବିହାର ବିଧାନସଭା ନିର୍ବାଚନ ପରେ ବିଜେପି ଓ ଜେଡିୟୁ ମଧ୍ୟରେ ଥିବା ସମ୍ପର୍କରେ ବଡ଼ ପରିବର୍ତ୍ତନ ଦେଖା ଦେଇଛି । କରୋନା କାଳରେ ହୋଇଥିବା ବିହାର ନିର୍ବାଚନରେ ବିଜେପି ଜେଡିୟୁ ଦଳଠୁ ଅଧିକ ଆସନରେ ବାଜିମାତ୍ କରିଥିଲା ।

Leave A Reply

Your email address will not be published.