Latest Odisha News

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଦୁବାଇରେ ଭାରତର ରେକର୍ଡ ପ୍ରଶଂସନୀୟ

ଦୁବାଇ: ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଆୟୋଜକ ପାକିସ୍ତାନ ହୋଇଥିଲେ ମଧ୍ୟ ଭାରତ ତାର ମ୍ୟାଚ ଦୁବାଇରେ ଖେଳିବ । ଫେବୃୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ରହିଛି । ଯାହା ପରୋକ୍ଷରେ ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ଏଠାରେ ଟିମ ଇଣ୍ଡିଆ ଓଭରାଲ ୬ଟି ଦିିନିକିଆ ମ୍ୟାଚ ଖେଳିଛି । ଏଥିରୁ ୫ ମ୍ୟାଚରେ ବିଜୟୀ ହୋଇଛି । ୧୮ ସେପ୍ଟମ୍ବର ୨୦୧୮ରେ ହଂକଂ ବିପକ୍ଷରେ ଭାରତ ଏଠାରେ ତାର ପ୍ରଥମ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ ଭାରତ ୨୬ ରନରେ ବିଜୟୀ ହୋଇଥିଲା । ଆଫଗାନିସ୍ତାନ ବିପକ୍ଷ ଏକ ମୁକାବିଲା ଟାଇ ରହିଛି ।

ସେହିପରି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ୨ଟି ମ୍ୟାଚ ଖେଳିଛି । ୧୬୩ ରନକୁ ପିଛା କରି ଗୋଟିଏ ମ୍ୟାଚ ୮ ୱିକେଟରେ ଏବଂ ୨୩୮ ରନର ଲକ୍ଷ୍ୟକୁ ୯ ୱିକେଟରେ ହାସଲ କରିଥିଲା । ଦିନିକିଆ ଓ ଟି୨୦ ମ୍ୟାଚ ମିଶି ଭାରତ ୧୫ଟି ମ୍ୟାଚ ଖେଳିଛି । ୧୦ରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି । ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଫେବୃୟାରୀ ୨୩ରେ ପାକିସ୍ତାନକୁ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ । ଭାରତ ସେମିଫାଇନାଲକୁ ଉନ୍ନୀତ ହେଲେ ଏହି ମ୍ୟାଚ ମଧ୍ୟ ଦୁବାଇରେ ଖେଳାଯିବ ।

Leave A Reply

Your email address will not be published.