ନୂଆଦିଲ୍ଲୀ:ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ୩-୦ରେ ଜିତିବା ପରେ ଏବେ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତିି ଆରମ୍ଭ କରିଛନ୍ତି । ଫେବୃୟାରୀ ୧୯ରୁ ଏହା ପାକିସ୍ତାନ ଏବଂ ଦୁବାଇରେ ଆୟୋଜିତ ହେବ । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ତେବେ ଟୁର୍ଣ୍ଣାମେଂଟ ପୂର୍ବରୁ ଟିମଇଣ୍ଡିଆ ଅଭ୍ୟାସ ମ୍ୟାଚ ଖେଳିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତୀୟ ଟିମ ଫେବୃୟାରୀ ୧୫ରେ ଦୁବାଇରେ ପଂହଚିବ । ଅନ୍ୟଟିମଗୁଡିକ ଅଭ୍ୟାସ ମ୍ୟାଚ ଖେଳିବେ । ଟିମ ଇଣ୍ଡିଆ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୨୩ରେ ପାକିସ୍ତାନକୁ, ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ ।
୨୦୧୩ରେ ଭାରତ ଶେଷ ଥର ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ସେ ସମୟରେ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଇଥିଲେ । ୨୦୦୨ରେ ବର୍ଷା ଯୋଗୁ ଫାଇନାଲ ମ୍ୟାଚ ବାତିଲ ହୋଇ ଯାଇଥିଲା । ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ । ଓଭରାଲ ଭାରତ ୪ ଥର ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ।
Comments are closed.