Latest Odisha News

BREAKING NEWS

ଟିମ୍ ଇଣ୍ଡିଆର ଡିସେମ୍ବର ୧୯ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଡିସେମ୍ବର ୧୯ ପୁନର୍ବାର ସ୍ମରଣୀୟ ହୋଇ ରହିଯିବ । ଆଜିର ଦିନରେ ଭାରତ ଗୋଟିଏ ଇନିଂସରେ ସର୍ବନିମ୍ନ ୩୬ ରନ କରି ଅଲୋଡା ରେକର୍ଡ କରିଛି । ଏଥିସହ ଦଳ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଛି । ପୂର୍ବରୁ ଏହି ଦିନରେ ଟିମ୍ ଇଣ୍ଡିଆ ଗୋଟିଏ ଇନିଂସରେ ସର୍ବାଧିକ ରନ କରିବା ଗୌରବ ମଧ୍ୟ ଅର୍ଜନ କରିଥିଲା ।

ଉଭୟ ମୁକାବିଲାରେ ବିରାଟ କୋହଲି ଦଳର ନେତୃତ୍ୱ ନେଇଥିଲେ । ୧୯ ଡିସେମ୍ବର ୨୦୧୯ରେ ଇଂଲଣ୍ଡ ବିପକ୍ଷରେ ଭାରତ ୭୫୯/୭ ରନ କରିଥିଲା । ମ୍ୟାଚରେ ଭାରତ ଏକ ଇନିଂସ ଓ ୭୫ ରନରେ ବିଜୟ ମଧ୍ୟ ହାସଲ କରିଥିଲା । କରୁଣ ନାୟାର ୩୦୩ଞ୍ଚ ଓ ଲୋକେଶ ରାହୁଲ ୧୯୯ ରନ କରିଥିଲେ ।

Leave A Reply

Your email address will not be published.