ଜୟପୁର: ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଏବେ ବି ଅଛି ଯେଉଁଠାରେ ଦୁଇ ମହଲା ଘର କରିବା ମନା । ଏଠାରେ ଯିଏ ବି ଦୁଇ ମହଲା ଘର କରିବାକୁ ଚେଷ୍ଟା କରିଛି ଅସୁବିଧାର ସମ୍ମୁଖୀନ ହୋଇଛିି । ଚୁରୁ ଜିଲ୍ଲାର ଉଡସର ଗ୍ରାମରେ ୭୦୦ ବର୍ଷ ତଳୁ ଆଉ ଦୁଇ ମହଲା ଘର ହେଉନି । ଆସନ୍ତୁ ଜାଣିବା କଣ ପାଇଁ ସେମାନେ ଭୟ କରୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାରେ ଭୋମିୟା ନାମକ ଏକ ବ୍ୟକ୍ତି ରହୁଥିଲା । ଥରେ ଗାଁରେ ଚୋରମାନେ ପଶି ପଶୁମାନଙ୍କୁ ଚୋରି କରିବାରେ ଲାଗିଲା । ଭୋମିୟା ଏହି ଚୋରକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ଚୋରଙ୍କ ସହ ଲଢ଼େଇ କରି ରକ୍ତାକ୍ତ ହୋଇ ପଡିବା ପରେ ଭୋମିୟା ପାଖରେ ଥିବା ଶ୍ୱଶୂର ଘରକୁ ଯାଇ ଦୁଇ ମହଲା ଘରେ ଲୁଚି ଯାଇଥିଲା । ସେଠାରେ ବି ଚୋରମାନେ ପଂହଚି ଭୋମିୟା ଏବଂ ତାଙ୍କ ଶ୍ୱଶୁରଘର ଲୋକମାନଙ୍କୁ ଆକ୍ରମଣ କରିଥିଲେ । ଶେଷରେ ସେମାନେ ଭୋମିୟାର ଗଳା କାଟି ଦେଇଥିଲେ । ଏହା ସତ୍ୱେ ଶରୀରର ଅଧା ଅଂଶ କିଛି ସମୟ ଲଢ଼େଇ କରିବା ପରେ ଉଡସର ଗ୍ରାମର ସୀମା ନିକଟରେ ନିସ୍ତେଜ ହୋଇ ପଡିଥିଲା ।
ଏହା ପରେ ଭୋମିୟାର ପତ୍ନୀ ରାଗିଯାଇ ଶ୍ରାପ ଦେଇଥିଲେ । ଯଦି ବି କେହି ଏହି ଗାଁରେ ଦୁଇ ମହଲା ଘର କରିବ ତାର ପରିବାର ଧ୍ୱଂସ ହୋଇଯିବ । ଗ୍ରାମବାସୀମାନେ ସହଯୋଗ ନ କରିବା ନେଇ ଭୁଲ ମାଗିବା ସହ ଭୋମିୟାର ମନ୍ଦିର କରିଥିଲେ । ସେବେଠାରୁ ଶ୍ରାପ ଭୟରେ ଆଉ ଦୁଇ ମହଲା ଘର ତିଆରି ହେଉ ନାହିଁ । ଏହାର ସତ୍ୟତା ନେଇ କୌଣସି ଦାବୀ ଆମେ କରୁ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଲୋକକଥା ଏବଂ ବିଶ୍ୱାସ ଉପରେ ଆଧାରିତ ।
Comments are closed.