Latest Odisha News

BREAKING NEWS

ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟକୁ କ୍ୱାଲିଫାଏ କଲେ ବକ୍ସିଂ କୁଇନ୍ ମେରୀ କମ୍; ଜାଣନ୍ତୁ, କାହିଁକି ପ୍ରତିଦ୍ୱନ୍ଦ୍ୱୀଙ୍କୁ ମିଳାଇଲେନି ହାତ !

ଭୁବନେଶ୍ୱର: ମହିଳା ବକ୍ସିଂ ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତର ଷ୍ଟାର ବକ୍ସର ମେରୀ କମ୍ ୫୧ କେଜି ବିଭାଗରେ ନିଖିତ ଜରୀନଙ୍କୁ ପରାସ୍ତ କରିଛନ୍ତି ।  ୬ ଥର ବିଶ୍ୱ ଚାମ୍ପିୟନ ମେରୀକମ ତାଙ୍କ ବିପକ୍ଷରେ ମୁକାବିଲା କରନ୍ତୁ ବୋଲି ଜରୀନ କହିଥିଲେ । ମେରୀକମ୍ ଏଥିନେଇ ଅସନ୍ତୁଷ୍ଟ ଥିଲେ । ତେବେ ମୁକାବିଲାରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୯-୧ରେ ପରାସ୍ତ କରିଥିଲେ ।

ଫାଇଟ ପରେ ନିୟମ ଅନୁସାରେ ପ୍ରତିଦ୍ୱନ୍ଦ୍ୱୀ ସହ ହାତ ମିଳାଇବା କଥା । ମାତ୍ର ମେରୀକମ୍ ରାଗରେ ରିଙ୍ଗ ଛାଡି ପଳାଇଥିଲେ । ଯିଏ ସମ୍ମାନ ଦିଏନି ସେ ଏଥିପାଇଁ ହକଦାର ନୁହେଁ ବୋଲି କହିଛନ୍ତି । ଜରୀନ ଅଭିଯୋଗ କରିଛନ୍ତି ଯେ, ଫାଇଟ ବେଳେ ମେରୀ କମ୍ ତାଙ୍କୁ ଗାଳି ଦେଇଥିଲେ ।

ସୂଚନାଯୋଗ୍ର, ଅକ୍ଟୋବର ୧୭ରେ ଜରୀନ କ୍ରୀଡା ମନ୍ତ୍ରଣାଳୟ ଓ ଭାରତୀୟ ବକ୍ସିଂ ଫେଡେରେଶନକୁ ମେରୀକମ୍ ସହ ମୁକାବିଲା ପାଇଁ ଅନୁମତି ମାଗିଥିଲେ । ସେ ଜଣାଇଥିଲେ ଯେ, ଦୁଇ ଜଣଙ୍କ ମଧ୍ୟରେ ମୁକାବିଲାରେ ଶ୍ରେଷ୍ଠ ଖେଳାଳି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିବ ।

ଡିସେମ୍ବର ୨୯ ରୁ ୩୦ ପର୍ଯ୍ୟନ୍ତ ପୁରୁଷ ବିଭାଗ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ହେବ ।

Leave A Reply

Your email address will not be published.