Latest Odisha News

BREAKING NEWS

ଘରେ କାହିଁକି ରଖିବେ ଲାଫିଂ ବୁଦ୍ଧ, ଜାଣନ୍ତୁ

ନିଜ ଘରେ ସୁଖ ସମୃଦ୍ଧି ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ। ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ। ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ ପ୍ରକାରର ହୋଇଥିବା ବେଳେ ଅଲଗା ଅଲଗା ମନୋସ୍କାମନା ପାଇଁ ସବୁ ମୂର୍ତ୍ତିର ନିଜର ମହତ୍ତ୍ୱ ରହିଛି।
ତେବେ ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ଲାଫିଂ ବୁଦ୍ଧ ରଖିଲେ କିପ୍ରକାରର ଲାଭ ମିଳିଥାଏ:

– ଶୋଇଥିବା ଲାଫିଂ ବୁଦ୍ଧ: ନିଜ ଜୀବନରୁ ଦୁଭାର୍ଗ୍ୟକୁ ଦୂରେଇବା ପାଇଁ ଘରେ ଓ ଦୋକାନରେ ଶୋଇଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

– ଟଙ୍କା ମୁଣିକୁ ଧରିଥିବା ଲାଫିଂ ବୁଦ୍ଧ: ଆର୍ଥିକ ସଙ୍ଗଟରେ ଗତି କରୁଥିଲେ ଟଙ୍କା ମୁଣି ହାତରେ ଧରିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଅତି ଶୁଭ ହୋଇଥାଏ।

– ଦୁଇ ହାତ ଉପରକୁ ଉଠିଥିବା ଲାଫିଂ ବୁଦ୍ଧ: ନିଜର ଦୁଇ ହାତ ଉଠାଇଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମାକୁ ଘରେ ବା ଦୋକାନରେ ରଖିଲେ ସଫଳତା ମିଳିଥାଏ। ଏହିଭଳି ଆକାରର ମୂର୍ତ୍ତିକୁ ରଖିଲେ ଟଙ୍କାର କେବେ ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି।

– ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧ: ଫେଙ୍ଗଶୁଇ ଅନୁସାରେ ପରିବାରରେ ସୁଖ ସମୃଦ୍ଧି ଓ ସଫଳତା ପାଇଁ ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ଘରେ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହିଭଳି ମୂର୍ତ୍ତିକୁ ଘରେ ରଖାଯାଏ।

– ଥଳି ଧରିଥିବା ଲାଫିଂ ବୁଦ୍ଧ: ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ଦୋକାନ ଓ ଅଫିସରେ ଥଳି ଧରିଥିବା ଲାଫିଂ ବୁଦ୍ଧଙ୍କୁ ରଖନ୍ତୁ । ଏହାକୁ ରଖିଲେ ନଜର ଲାଗେ ନାହିଁ ବୋଲି ବିଶ୍ୱାସ ରହିଛି।

– ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧ: ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ବ୍ୟକ୍ତିଙ୍କ ସମ୍ମାନ ବଢ଼ିଥାଏ। ଏହାକୁ ଘରର ମୁଖ୍ୟ ଗୃହରେ ରଖିଲେ ଭଲ।

– ମୁଦ୍ରା ଓ ପଙ୍ଖା ସହ ଥିବା ଲାଫିଂ ବୁଦ୍ଧ: ଘରେ, ଦୋକାନ ଓ ଅଫିସରେ ଖୁସି, ଶାନ୍ତି ଓ ସମ୍ପୂର୍ଣ୍ଣତା ପାଇଁ ଗୋଟିଏ ହାତରେ ମୁଦ୍ରା ଓ ଅନ୍ୟଟିରେ ପଙ୍ଖା ଧରିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିବା ଉଚିତ୍‌।

– ହସୁଥିବା ଲାଫିଂ ବୁଦ୍ଧ: ହସୁଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତିକୁ ସବୁଠାରୁ ଶୁଭ ମନାଯାଏ। ଏହାକୁ ଘରର ମୁଖ୍ୟ ଗୃହରେ ରଖିବା ଉଚିତ୍‌।

– ଧାତୁରେ ତିଆରି ହୋଇଥିବା ଲାଫିଂ ବୁଦ୍ଧ: କାର୍ଯ୍ୟଦକ୍ଷତା ଓ କୌଶଳକୁ ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଭଲ।

– ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଂ ବୁଦ୍ଧ: ମନର ଶାନ୍ତି ପାଇଁ ଘରେ ଓ ଦୋକାନରେ ଧ୍ୟାନରେ ଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ଚିନ୍ତା ଦୂର ହୋଇଥାଏ।

Leave A Reply

Your email address will not be published.