Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପିର ଜୟ-ପରାଜୟର ଦାୟିତ୍ୱ ନେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଗଲାଣି । ଟ୍ରେଣ୍ଡ ଅନୁସାରେ ଆପ୍ ଆଗୁଆ ଓ ବିଜେପି ପଛୁଆ ରହିଛି । ଆମ ଆଦମୀ ପାର୍ଟି ୫୦ରୁ ଅଧିକ ସିଟରେ ଆଗୁଆ ଥିବାବେଳେ ବିଜେପି ୧୨ଟି ସିଟରେ ପଛୁଆ ଚାଲିଛି । କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିନଥିବା ଜଣାପଡିଛି ।

ନିର୍ବାଚନ ଫଳାଫଳ ଉପରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ ଜିତିବାକୁ ନେଇ ଆଶାବାଦୀ ଅଛନ୍ତି । ଅନ୍ୟ ପଟେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ କହିଛନ୍ତି, “ଦିଲ୍ଲୀରେ ବିଜେପିର ବିଜୟ ହେଉ କିମ୍ବା ପରାଜୟ ସଂପୂର୍ଣ୍ଣ ଦାୟିତ୍ୱ ମୋର ହେବ । କିନ୍ତୁ ସମସ୍ତ କାର୍ଯ୍ୟକର୍ତ୍ତା ମିଳିମିଶି କାମ କରିଛୁ । ନିର୍ବାଚନ ଫଳାଫଳ ପୂର୍ବରୁ କିଛି କହିବା ଉଚିତ୍ ହେବ ନାହିଁ । କିଛି ସମୟ ମଧ୍ୟରେ ସବୁ ସ୍ପଷ୍ଟ ହୋଇଯିବ ।”

Leave A Reply

Your email address will not be published.