ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ୨୬ ଏପ୍ରିଲରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଗସ୍ତ କରିବ । ଭାରତୀୟ ଦଳ ଅଷ୍ଟ୍ରେଲିଆର ଦୁଇଟି ମହିଳା ଦଳ ବିପକ୍ଷରେ ପାଞ୍ଚଟି ମ୍ୟାଚ ଖେଳିବ । ଭାରତ ଅଷ୍ଟ୍ରେଲିଆ -ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ସହିତ ସିରିଜ ଆରମ୍ଭ କରିବ, ତା’ପରେ ବରିଷ୍ଠ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ତିନୋଟି ମୁକାବିଲା କରିବ।
ଏହି ଗସ୍ତ ଜୁନ୍ରେ ଆରମ୍ଭ ହେବାକୁ ଥିବା FIH ପ୍ରୋ ଲିଗ୍ ୨୦୨୪-୨୫ର ୟୁରୋପୀୟ ପର୍ଯ୍ୟାୟ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଅଟେ ।
ଏପ୍ରିଲ ୨୬ ଓ ୨୭ରେ ଅଷ୍ଟ୍ରେଲିଆ-ଏ ମହିଳା ହକି ଦଳ ବିପକ୍ଷରେ ଖେଳିବ ଭାରତ। ସେହିପରି ମେ ୧, ୩ ଓ ୪ମେରେ ବରିଷ୍ଠ ମହିଳା ହକି ଦଳ ସହ ମୁକାବିଲା କରିବ ଟିମ୍ ଇଣ୍ଡିଆ । ସମସ୍ତ ମ୍ୟାଚ ପର୍ଥ ହକି ଷ୍ଟାଡିୟମରେ ଖେଳାଯିବ ।
ଭାରତୀୟ ମହିଳା ହକି ଦଳର ଗସ୍ତ ସମ୍ବନ୍ଧରେ ହକି ଇଣ୍ଡିଆ ଗତ ଗୁରୁବାର ଦିନ ଟ୍ବିଟ କରି ସୂଚନା ଦେଇଛି ।
INDIA TOUR OF AUSTRALIA 🛫
Team India is ready for the big challenge down under! 🏑
Our Sherniyan are ready to rock Australia.
Stay tuned for the electrifying action ahead! 💪🏻
Check out the full schedule 🗒️#HockeyIndia #IndiaKaGame
.
.
.@CMO_Odisha @IndiaSports… pic.twitter.com/hx6R3p4LKE— Hockey India (@TheHockeyIndia) April 10, 2025
ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି, “ଏହି ଗସ୍ତ FIH ପ୍ରୋ ଲିଗର ୟୁରୋପୀୟ ପର୍ଯ୍ୟାୟ ପାଇଁ ଆମର ପ୍ରସ୍ତୁତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଦ୍ବାରା ଆମେ ଜାଣିପାରୁବି ଆମର ସ୍ଥିତି କ’ଣ। ଆମେ ଦେଖିଛୁ ଯେ ଏହି ଦଳ ସୁଯୋଗର ଲାଭ ଉଠେଇଥାଏ, ଯେପରି ଆମେ ନିକଟରେ ନେଦରଲ୍ୟାଣ୍ଡ ବିପକ୍ଷରେ କରିଥିଲୁ, ଏବଂ ଆମେ ସେହି ଗତିରେ ଆଗକୁ ବଢ଼ାଇବାକୁ ଚାହୁଁଛୁ।”
ହରେନ୍ଦ୍ର ସିଂହ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଆମର ମ୍ୟାଚ୍ ସବୁବେଳେ ପ୍ରତିଯୋଗିତାମୂଳକ ହୋଇଆସିଛି, ଏବଂ ବିଗତ ଦିନରେ ସେମାନେ ଅଗ୍ରଣୀ ରହିଛନ୍ତି , କିନ୍ତୁ ଆମେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଖାଇଛୁ ଯେ ଆମେ ସେମାନଙ୍କୁ ଟକ୍କର ଦେଇ ପାରିବୁ । ଦଳ ଉତ୍ସାହିତ ଅଛି ଏବଂ ପର୍ଥ ଯିବା ପୂର୍ବରୁ ଆମ ଖେଳର ପ୍ରମୁଖ ଦିଗଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ଶିବିରରେ କଠିନ ପରିଶ୍ରମ କରୁଛୁ ।
ପୂର୍ବ ମ୍ୟାଚମାନଙ୍କୁ ଦେଖିଲେ ୨୦୧୩ ପରଠାରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୧୬ଟି ମ୍ୟାଚ୍ ମଧ୍ୟରୁ ଅଷ୍ଟ୍ରେଲିଆ ୧୦ଟିରେ ବିଜୟୀ ହୋଇଛି। ଭାରତ ତିନୋଟି ବିଜୟ ହାସଲ କରିଥିବା ବେଳେ ତିନୋଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି।
Comments are closed.