Latest Odisha News

BREAKING NEWS

ବ୍ରିଟେନ୍‍ ମହାରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ପୁରୀ:  ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ପୁରୀର ଲାଇଟ୍ ହାଉସ୍ ବେଳାଭୂମିରେ ରାଣୀ ଏଲିଜ଼ାବେଥ ଦ୍ବିତୀୟଙ୍କ ବାଲିରେ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।


ଏହି ବାଲୁକା କଳା କୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ 5 ଘଣ୍ଟା ସମୟ ଲାଗିଥିଲା  ।  ଏହି ବାଲୁକା କଳାଟି 10ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 5ଟନ ବାଲି ଉପଯୋଗ କରାଯାଇଛି | ଏଥିରେ ଟ୍ରିବ୍ୟୁଟ୍ ଟୁ କୁଇନ୍ ବାର୍ତା ଦେଇଛନ୍ତି ମାନସ ସାହୁ । ଏଠାରେ ସୂଚନାଯୋଗ୍ୟ ଗତକାଲି ରାତିରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବିୟୋଗ ଘଟିଥିଲା ।

Leave A Reply

Your email address will not be published.