Latest Odisha News

BREAKING NEWS

କୋଭାକ୍ସିନ୍ ଟିକାର ଦୁଇଟି ଡୋଜ୍ ନେଇଥିଲେ ବି କାହିଁକି ବିଦେଶ ଯାଇପାରିବେ ନାହିଁ ଭାରତୀୟ ?

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି । ଅନେକ ଦେଶ ଭାରତରୁ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି । କିଛି ଦେଶରେ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ ଥିଲେ ଏଣ୍ଟ୍ରି ଅନୁମତି ମିଳୁଛି । କିନ୍ତୁ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଭାରତୀୟଙ୍କୁ ଏବେ ବିଦେଶ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ । କାରଣ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀ ମିଳି ନାହିଁ ।

ଅର୍ଥାତ୍ ଜରୁରିକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଲିକାଭୁକ୍ତ କରି ନଥିବା ସୂଚନା ମିଳିଛି । କିନ୍ତୁ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍ଡ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରିକାଳୀନ ଟିକା ବ୍ୟବହାର ତାଲିକାରେ ରହିଛି । କୋଭାକ୍ସିନ ନେଇ ଏଯାଏ କୌଣସି ନିଷ୍ପତ୍ତି ହୋଇ ନାହିଁ । ଚଳିତ ମାସ କିମ୍ବା ଆସନ୍ତା ମାସରେ ବୈଠକରେ ଆଲୋଚନା ପରେ କୋଭାକ୍ସିନକୁ WHO ଜରୁରିକାଳୀନ ବ୍ୟବହାର ମାନ୍ୟତା ଦେଇପାରେ ।

ୟୁରୋପିଅନ୍ ୟୁନିୟନ୍, ବ୍ରିଟେନ୍ ଓ କାନାଡା ବି ସେମାନଙ୍କର ତାଲିକାଭୁକ୍ତ ଟିକା ଭିତରେ କୋଭାକ୍ସିନକୁ ରଖି ନାହାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତାଲିକାଭୁକ୍ତ କରୋନା ଟିକା ଭିତରେ ଅଛନ୍ତି ଆମେରିକାର ଫାଇଜର୍, ଜନସନ୍ ଏଣ୍ଡ ଜନସନ୍, ବ୍ରିଟେନର ମଡେର୍ଣ୍ଣା ଓ ଚୀନ ସିନୋଫାର୍ମ ପ୍ରସ୍ତୁତ ଟିକା ।

Leave A Reply

Your email address will not be published.