Latest Odisha News

BREAKING NEWS

ଚୀନ୍‌; ଖରାପ ପାଗ ଯୋଗୁ ଗଲାଣି ୨୧ ଧାବକଙ୍କ ଜୀବନ

ବେଜିଂ: ଚୀନ୍‌ରେ ଅତ୍ୟଧିକ ଥଣ୍ଡା ପାଗ ଅନୁଭୂତ ହେବା ଯୋଗୁ ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ୨୧ ଜଣ ଧାବକ ଚୀନ୍‌ରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ ।

ଶନିବାର ମଧ୍ୟାହ୍ନରେ ହଠାତ୍ କୁଆପଥର ମାଡ, ତୁଷାରପାତ ଏବଂ ପ୍ରବଳ ପବନ ମାଡ଼ି ଆସିଥିଲା ଯାହା ଫଳରେ ତାପମାତ୍ରା ହ୍ରାସ ପାଇଥିଲା। ଯାହାଦ୍ବାର ୨୧ ଜଣ ଧାବକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏଥିରେ କିଛି ଧାବକ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ୧୨୦୦ ରୁ ଅଧିକ ଉଦ୍ଧାରକାରୀଙ୍କୁ ଥର୍ମାଲ-ଇମେଜିଙ୍ଗ ଡ୍ରୋନ, ରାଡାର ଡିଟେକ୍ଟର ସାହାଯ୍ୟରେ ଏକ ବୃହତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ତେବେ ପାଗରେ ପରିବର୍ତ୍ତନ ଏବଂ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.