Latest Odisha News

BREAKING NEWS

ପୁରୀ ସମୁଦ୍ରକୂଳରେ ମାଛ ମଡକ

ପୁରୀ: ପୁରୀ ସମୁଦ୍ରକୂଳରେ ମାଛ ମଡକ । ସମୁଦ୍ରକୂଳରେ ପଡ଼ିରହିଛି କୁଢ଼ କୁଢ଼ ମାଛ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ତେବେ ଏହି ମାଛ ଗୁଡିକ ପଥର ମୁଣ୍ଡି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣ କଣ ଜଣାପଡ଼ିନି | ବାତ୍ୟା ପୂର୍ବରୁ ଏହାର ପ୍ରଭାବରେ ମାଛ ମଡ଼କ ହୋଇଥିବା କହୁଥିବା ବେଳେ କେହି କେହି ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ଦେଖାଯାଇଥିବା ମତ ରଖିଛନ୍ତି |

ଅନ୍ୟପକ୍ଷରେ ଏହି ପ୍ରଜାତି ମାଛ ବର୍ତମାନ ଲକ ଡାଉନ ସମୟରେ ରପ୍ତାନି ହୋଇପାରୁନଥିବା ହେତୁ ମସ୍ୟଜୀବୀ ମାନେ ଏହାକୁ ଫୋପାଡ଼ି ଦେଉଥିବା ଅନୁମାନ କରାଯାଉଛି | ତେବେ ମାଛ ମଡ଼କର ପ୍ରକୃତ କାରଣ ଏବେବି ଅସ୍ପଷ୍ଠ ଥିବା ବେଳେ ପୁରୀ ଉପକୂଳରେ ଏଭଳି ମଲା ମାଛ ଦେଖାଯିବାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

Leave A Reply

Your email address will not be published.