Latest Odisha News

ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା

ଭୁବନେଶ୍ୱର: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ଓ୍ୱାନ ଏୟାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ। ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ମିଳିସାରିଛି।

ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ ଦିନକୁ ଦିନ ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନଅ ସିଟ୍ ବିଶିଷ୍ଟ ବିମାନ ମଧ୍ୟ କିଣିଛି।

ଏହି ନୂଆ ବିମାନ ଭୁବନେଶ୍ୱରରୁ ସକାଳ ୧୦ଟା ୨୦ରେ ବାହାରି ୧୨ଟା ୫ରେ ଜୟପୁରରେ ପହଞ୍ଚିବ। ଏହା ପରେ ୧୨ଟା ୩୦ରେ ଜୟପୁରରୁ ବାହାରି ୨ଟାରେ ବିଶାଖାପାଟଣାରେ ପହଞ୍ଚିବ। ଫେରିବା ବିମାନ ବିଶାଖାପାଟଣାରୁ ଅପରାହ୍ନ ୨ଟା ୫୦ରେ ବାହାରି ଅପରାହ୍ନ ୩ଟା ୫ରେ ଜୟପୁରରେ ପହଞ୍ଚିବା ପରେ ଶେଷରେ ୪ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ।

ଜୟପୁର-ଭୁବନେଶ୍ୱର ରୁଟରେ ଏହି ବିମାନ ସେବା ୨୦୨୨ ଅକ୍ଟୋବର ୩୧ରେ ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ୨୦୨୨ ଅକ୍ଟୋବରରେ ଜୟପୁର ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ସାମିଲ କରାଯାଇଥିଲା।

ଇଣ୍ଡିଆ ଓ୍ୱାନ ଏୟାର ହେଉଛି ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ ଘରୋଇ ବିମାନ କମ୍ପାନୀ। ସୂଚନାଯୋଗ୍ୟ ଯେ, ଏହି ବିମାନ କମ୍ପାନୀ ୨୦୨୨ ମସିହାରେ ପ୍ରତିଷ୍ଠା ହୋଇଥିଲା ଏବଂ ବର୍ତ୍ତମାନ ଏହା ଗୁଜୁରାଟ, ରାଜସ୍ଥାନ ଏବଂ ଓଡିଶାର କିଛି ସ୍ଥାନକୁ ବିମାନ ସେବା ପ୍ରଦାନ କରୁଛି।

Comments are closed.