Latest Odisha News

ଭାରତ ଛୁଇଁବ ନୂଆ ଶିଖର, ଆଜି ଲଞ୍ଚ ହେବ ବିକ୍ରମ-ଏସ୍

ଚେନ୍ନାଇ : ମହାକାଶ ଅଭିଯାନରେ ଭାରତ ଆଜି ଛୁଇଁବ ନୂଆ ଶିଖର । ଶ୍ରୀହରିକୋଟାରୁ ଲଞ୍ଚ ହେବ ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ ।  ଆଜି ପୂର୍ବାହ୍ନ ସାଢେ ୧୧ଟାରେ ମହାକାଶକୁ ପ୍ରେରଣ ହେବ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା । ନଭେମ୍ୱର ୧୫ ତାରିଖରେ ଉତକ୍ଷେପଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ରକେଟ୍ ର ନାମକରଣ ହୋଇଛି ।

ଏହି ସବଅର୍ବିଟାଲ୍ ମିଶନର ନାଁ ରହିଛି ‘ପ୍ରାରମ୍ଭ’ । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଖୁବ୍ କମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସ୍ କୁ ନିର୍ମିତ କରାଯାଇପାରୁଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି ।

ଇସ୍ରୋର ଭିତ୍ତିଭୂମିକୁ ପାଥେୟ କରି ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି । ଲଞ୍ଚ୍ ଭେହିକଲ୍ ଛଡା ସ୍କାଏରୁଟ୍ ‘ଧଓ୍ୱନ-ଆଇ’ ନାମକ ଏକ କ୍ରିଓଜେନିକ୍ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରୁଛି ସ୍କାଏରୁଟ୍ । ଯାହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧଓ୍ୱନଙ୍କ ନାମରେ ନାମିତ କରାଯାଇଛି । ‘ଧଓ୍ୱନ-ଆଇ’ ଉଭୟ ଏଲ୍ଏନଜି ଓ ଲିକ୍ୱିଡ୍ ଅକ୍ସିଜେନରେ ଗତି କରିବ । ପଓ୍ୱନ କୁମାର ଚନ୍ଦନା ସ୍କାଏରୁଟ୍ ଏରୋସ୍ପେସ୍ କମ୍ପାନୀର ସିଇଓ ଏବଂ ନାଗା ଭାରତ ଡାକା ସିଓଓ ।

Comments are closed.