Latest Odisha News

BREAKING NEWS

ଆଜି ନ୍ୟୁଜିଲାଣ୍ଡ- ଭାରତ ପ୍ରଥମ ଟି-20

ୱେଲିଂଟନ: ଆଉ କିଛି ସମୟ ପରେ  ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପ୍ରଥମ ଟି-20 । ଭାରତୀୟ ସମୟ ମଧ୍ୟାହ୍ନ 12ଟାରେ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାରେ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ପଡ଼ିଆକୁ ଓହ୍ଲାଇବେ ।  ସିନିୟର ଖେଳାଳି ବିଶ୍ରାମ ନେଉଥିବାରୁ  ରୋହିତ ଓ ରାହୁଲଙ୍କ ସ୍ଥାନରେ ଇଶାନ କିଷନ ଓ ଶୁଭମନ ଗିଲ୍‌ ଓପନ୍‌ କରିପାରନ୍ତି ।  କୋହଲିଙ୍କ ୩ନଂ ସ୍ଥାନ ପାଇଁ ଶ୍ରେୟାସ ଆୟର ଖେଳିପାରନ୍ତି । ରିଷଭ ପନ୍ତ କିଭଳି ଖେଳୁଛନ୍ତି ତାଙ୍କୁ ଅପେକ୍ଷା କରି ଛନ୍ତି ତାଙ୍କର ଫ୍ୟାନ ।

ଭାରତ ପକ୍ଷରୁ ଇଶାନ କିଷନ, ଶୁଭମନ ଗିଲ୍‌, ଶ୍ରେୟାସ ଆୟର , ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ୱାସିଂଟନ ସୁନ୍ଦର, ହର୍ଷଲ ପଟେଲ , ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ଖେଳିପାରନ୍ତି ।

ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ନ୍ୟୁଜିଲାଣ୍ଡ ମ୍ୟାଚ ଜିତିବା ପାଇଁ ଚେଷ୍ଟା କରିବ ।  କେନ ୱିଲିୟମସନ ଫର୍ମକୁ ଫେରିବାକୁ ଚାହିଁବେ ।  ଫିନ ଆଲେନ ଆଜି ବଡ଼ ସ୍କୋର କରିବାକୁ ଚାହିଁବେ ।

Leave A Reply

Your email address will not be published.