Latest Odisha News

୭୮ତମ ସ୍ୱାଧିନତା ଦିବସ ଉତ୍ସବ: ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫, ୨୦୨୪ରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାରେ ଦେଶବାସୀଙ୍କ ନେତୃତ୍ୱ ନେଇଛନ୍ତି। ସେ ଜାତୀୟ ଏକାଦଶତମ ପତାକା ଉତ୍ତୋଳନ କରିବା ସହ ଏହି ସ୍ମାରକୀର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଅଭିଭାଷଣ ଦେଉଛନ୍ତି। ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ ହେଉଛି ‘ବିକଶିତ ଭାରତ @ ୨୦୪୭‘ ।

ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡିଆ ଏକ୍ସରେ ‘ଜୟ ହିନ୍ଦ’ ଲେଖି ଶୁଭେଚ୍ଛା ଜଣାଇଲେ ମୋଦୀ। ପ୍ରତିବର୍ଷ ସ୍ୱାଧିନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରନ୍ତି ଏବଂ ଅଭିଭାଷଣ ଦିଅନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର-

ସ୍ୱାଧିନତା ଦିବସ କେବଳ ସାଙ୍କେତିକ ନୁହେଁ ବରଂ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ ଯେଉଁଠାରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କ ଏଜେଣ୍ଡା ବର୍ଣ୍ଣନା କରନ୍ତି। ଏହାର ସଫଳତା ଉପସ୍ଥାପନ କରନ୍ତି ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ଦିଅନ୍ତି। ତେବେ ଚଳିତ ବର୍ଷ ‘ବିକାଶିତ ଭାରତ’ ବିଷୟବସ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଭାରତର ଭବିଷ୍ୟତ ଉପରେ ଅଭିଭାଷଣ ପ୍ରଧାନମନ୍ତ୍ରୀ ମୋଦିଙ୍କ କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି। ଏଥିସହ ବାଂଲାଦେଶରେ ଚାଲିଥିବା ସଙ୍କଟ, ବିଶେଷକରି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ପ୍ରଧାନମନ୍ତ୍ରୀ ସମାଧାନ କରିପାରନ୍ତି ବୋଲି କଳ୍ପନା କରାଯାଉଛି।

ଏହା ସହିତ ପ୍ରଧାନମନ୍ତ୍ରୀ କୌଣସି ନୂତନ ପଦକ୍ଷେପ ଘୋଷଣା କରିବା ନେଇ ମଧ୍ୟ ନଜର ରହିଛି। ଜାମ୍ମୁ କାଶ୍ମୀରର ପ୍ରସଙ୍ଗରେ ମଧ୍ୟ ଅଭିଭାଷଣ ଦେବେ ବୋଲି ଆକଳନ କରାଯାଉଛି। କାରଣ ସରକାର ୨୧୯ରେ ଧାରା ୩୭୦କୁ ଖଣ୍ଡନ କରିବା ପରଠାରୁ ବର୍ତ୍ତମାନ ଉକ୍ତ ଅଞ୍ଚଳର ସୁରକ୍ଷା ତଥା ବିକାଶକୁ ପୁନଃ ସଂରଚନା କରିବା ପାଇଁ ଅଧିକ ସମୟ କାର୍ଯ୍ୟ କରିଛନ୍ତି। ସେହିପରି ଜମ୍ମୁ-କାଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣା ଘଟିଛି, ଯାହା ଫଳରେ ଅନେକ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଏନେଇ ମଧ୍ୟ ଆଲୋଚନା କରିପାରନ୍ତି।

 

Comments are closed.