Latest Odisha News

BREAKING NEWS

ଦେଶରେ ଆରୋଗ୍ୟ ବଢୁଛି, ମୃତ୍ୟୁହାର କମୁଛି

ନୂଆଦିଲ୍ଲୀ: ଭାରତରେ କରୋନା ସୁସ୍ଥ ହାର ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି ଯେ, ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହ ଦେଶରେ ମୃତ୍ୟୁହାର ଲଗାତର ଭାବେ କମି କମି ଚାଲିଥିବା ସରକାର ସୂଚନା ଦେଇଛନ୍ତି ।

ଦେଶରେ ଜୁନ୍ ମାସରେ ମୃତ୍ୟୁହାର ୩.୩୩ ପ୍ରତିଶତ ଥିବା ବେଳେ ଜୁଲାଇରେ ଏହା ୨.୨୧ ପ୍ରତିଶତକୁ ହ୍ରାସ ପାଇଲାଣି । ଭାରତରେ କରୋନା ଜନିତ ମୃତ୍ୟୁହାର ସାରା ବିଶ୍ୱରେ ସର୍ବନିମ୍ନ ବୋଲି ସରକାର ସୂଚନା ଦେଇଛନ୍ତି ।

ସେହିପରି ସରକାର ସ୍ପଷ୍ଟ କରିଛନ୍ତି ଯେ, ଭାରତ ପରି ଏକ ବିଶାଳ ଦେଶରେ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ ଶକ୍ତି ଆଣିବା ଏକ ବିକଳ୍ପ ନୁହେଁ । ଏହା କେବଳ ଟିକା ଆସିବା ପରେ ଆସିପାରିବ । ଏଣୁ ଆମକୁ ଏବେ ଗାଇଡଲାଇନ୍ ପାଳନ ଉପରେ ଗୁରୁତ୍ୱ ଦେବାକୁ ପଡିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତରେ ୨ଟି କରୋନା ଟିକାର ପରୀକ୍ଷଣ ଚାଲିଛି । ଏଥିରୁ ପ୍ରଥମ ଟିକାଟି ଏପର୍ଯ୍ୟନ୍ତ ୧୧୫୦ ଜଣଙ୍କୁ ଦିଆଯାଇଛି । ଏବଂ ଦ୍ୱିତୀୟ ଟିକାଟି ୧୦୦୦ ଜଣଙ୍କୁ ଦିଆଯାଇଛି ।

Leave A Reply

Your email address will not be published.