Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୮୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୮୦୭ ଜଣଙ୍କ ମଧ୍ୟରୁ ୪୩୧ ଜଣ ଗଞ୍ଜାମରୁ, କଟକରୁ ୬୨, ରାୟଗଡାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯, ସୁନ୍ଦରଗଡରୁ ୨୪, ନୟାଗଡରୁ ୨୩, ଯାଜପୁରରୁ ୨୧, କନ୍ଧମାଳରୁ ୧୯, ବାଲେଶ୍ୱରରୁ ୧୪, କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ୧୪ ଜଣ ଲେଖାଏଁ, ଭଦ୍ରକରୁ ୧୩, ଖୋର୍ଦ୍ଧାରୁ ୧୨, ବରଗଡରୁ ୧୧, ମାଲକାନଗିରିରୁ ୧୦, ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୪, ଅନୁଗୁଳରୁ ୩, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ, ବଲାଙ୍ଗିର ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୩୦,୩୭୮ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୧୯,୭୪୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୬୯ ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.