Latest Odisha News

BREAKING NEWS

କମୁଛି କରୋନା କେସ୍: ଦିନକରେ ଦେଶରେ ୬୩ ହଜାର ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ ହଜାର ତଳେ ରହୁଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୩ ହଜାର ୩୭୧ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯ କୁ ବୃଦ୍ଧି ପାଇଛି ।

ଦେଶରେ ମହାମାରୀରେ ମଲେଣି ୧ ଲକ୍ଷ ୧୨ ହଜାର ଲୋକ । ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ପ୍ରାଣ ହରାଇଛନ୍ତି ଆଉ ୯୦୫ କରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ମହାମାରୀ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧ ।

କରୋନା କାଳରେ ଭଲ ଖବର ହେଉଛି, ଏବେ ଦୈନିକ ସଂକ୍ରମିତ ହେଉଛନ୍ତି କମ୍ । ଦେଶରେ ସୁସ୍ଥ ହାର କ୍ରମାଗତ ଭାବରେ ବଢ଼ି ଚାଲିଛି । କମୁଛି ଆକ୍ଟିଭ କେସ୍ । ଆରୋଗ୍ୟ ଲାଭ କଲେଣି ୬୪ ଲକ୍ଷ ୫୩ ହଜାର ୭୮୦ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୮ ଲକ୍ଷ ୪ ହଜାର ୫୨୮ ।

Leave A Reply

Your email address will not be published.