Latest Odisha News

BREAKING NEWS

ଆଜି +୨ର ବଳକା ସିଟରେ ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଯୁକ୍ତ ଦୁଇ କଲଜେର ନାମଲେଖା ପାଇଁ ଆଜି ସ୍ପଟ୍ ଆଡମିଶନ୍ । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଯିବ । ଗତକାଲି ପ୍ରକାଶ ପାଇଥିଲା ସେସବୁ ଜୁନିୟର କଲେଜରେ ମେରିଟ୍ ଲିଷ୍ଟ ।

ଆଜି ସକାଳ ୧୦ଟାରୁ ସ୍ପଟ୍ ଆଡମିଶନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ । ଆସନ୍ତା ୧୭ ସନ୍ଧ୍ୟା ସୁଦ୍ଧା କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ତଥ୍ୟ ଦାଖଲ କରିବେ । ୧୩ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Leave A Reply

Your email address will not be published.