Latest Odisha News

BREAKING NEWS

ଦେଶରେ ୭୭ ଲକ୍ଷ କରୋନା ସଂକ୍ରମିତ, ୭ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୪ ଲକ୍ଷ ୪୨ ହଜାର କୋଭିଡ୍ ଟେଷ୍ଚ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୩୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶେର ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ଆଉ ୬୯୦ ଆକ୍ରାନ୍ତ ଚିକିତ୍ସାଧୀ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬ । ମୃତ୍ୟୁହାର ରହିଛି ୧.୫୧% ।

ଦେଶରେ କମୁଛି ଆକ୍ଟିଭ୍ କେସ୍ । ସାତ ଲକ୍ଷ ତଳକୁ ଖସିଛି । ବର୍ତ୍ତମାନ ମୋଟ୍ ୬ ଲକ୍ଷ ୯୫ ହଜାର ୫୦୯ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ସୁସ୍ଥ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୫୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୭୩ ହଜାର ୯୭୯ ଜଣ । ଦେଶରେ ସୁସ୍ଥ ହେଲେଣି ମୋଟ୍ ୬୯ ଲକ୍ଷ ୪୮ ହଜାର ୪୯୭ କରୋନା ଆକ୍ରାନ୍ତ ।

Comments are closed.