Latest Odisha News

BREAKING NEWS

୨୪ ଘଣ୍ଟାରେ ସର୍ବାଧିକ ୬୨,୫୩୮ ଆକ୍ରାନ୍ତ ସହ ଦେଶରେ ୨୦ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୨୭,୦୭୫ ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୬୨,୫୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ହଜାରେ ପାଖାପାଖି ଲୋକଙ୍କର ଜୀବନ ଯାଇଛି । ହୁ ହୁ ହୋଇ ବଢି ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲାଣି ।

ଏଜାବତ୍ ଭାରତରେ ୪୧,୫୮୫ ଜଣଙ୍କର ପ୍ରାଣ ଯାଇ ସାରିଛି। ୬,୦୭,୩୮୪ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୩,୭୮,୧୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.