Latest Odisha News

BREAKING NEWS

ରାଉରକେଲା ସ୍ବତନ୍ତ୍ର ଜେଲରୁ ୧୭ ଅନ୍ତେବାସୀ କରୋନା ପଜିଟିଭ

ରାଉରକେଲା: ଜେଲ ପରିସରରେ ମଧ୍ୟ କାୟା ମେଲାଇଲାଣି କରୋନା । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ୱତନ୍ତ୍ର ଜେଲରେ ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ଼ ଜିଲ୍ଲାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ସ୍ୱତନ୍ତ୍ର ଜେଲ୍‌ର ୧୭ ଅନ୍ତେବାସୀ । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାପରେ ଜେଲ୍‌ର ବିଭିନ୍ନ ଓ୍ୱାର୍ଡକୁ ବିଶୋଧନ କରାଯାଉଛି।

Leave A Reply

Your email address will not be published.