Latest Odisha News

ପେନସିଲ ମୁନରେ ବିମୋହିତ କଳାକୃତି

ମସ୍କୋ: ମସ୍କୋର ଉଫା ଅଂଚଳର ୪୭ ବର୍ଷୀୟ ଓକିଲ ସାଲଭାତ ଫିଦାଇଙ୍କ କଳାକୃତି ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟତା ହାସଲ କରୁଛି । ପେନସିଲ ମୁନରେ ତାଙ୍କ କଳାକୃତି ଅବିଶ୍ୱସନୀୟ ଲାଗୁଛି । ଏହାର ଚାହିଦା ବଢ଼ିବାରୁ ଗୋଟିଏ କଳାକୃତି ପାଇଁ ତାଙ୍କ ୨୦୦୦ ପାଉଣ୍ଡ ମିଳୁଛି । ୨୦୧୪ରେ ସେ ଏହା କଳାକୃତି ଆରମ୍ଭ କରିଥିଲେ ।

ଇତି ମଧ୍ୟରେ ସେ ଡୋନାଲ୍ଡ ଡକ୍‌ଠାରୁ ଆରମ୍ଭ କରି ଦିଲିନିଂ ଟାୱାର ଅଫ ପିସା ମଧ୍ୟ ପେନସିଲ ମୁନରେ ତିଆରି କରି ସାରିଛନ୍ତି । ସୋସିଆଲ ସାଇଟରେ ତାଙ୍କର ୮ ଲକ୍ଷ ଫଲୋର୍ସ ହୋଇ ଗଲେଣି । ଗ୍ରାଫାଇଟକୁ ଶାଣିତ ଛୋଟ ଛୁରୀରେ କାଟି ସେ ଏହି କଳାକୃତି ପ୍ରସ୍ତୁତ କରୁଛନ୍ତି । ୨ରୁ ୩ ମିଲିମିଟର ମୂନରେ ସେ ନିଜ ଦକ୍ଷତା ପ୍ରତିପାଦିତ କରୁଛନ୍ତି ।

Leave A Reply

Your email address will not be published.