Latest Odisha News

ଚାଷୀଙ୍କୁ ନେଇ ହରିୟାଣା କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ- ‘ଘରେ ଥିଲେ ବି ମରିଥାନ୍ତେ ୨ ଶହ କୃଷକ’

ନୂଆଦିଲ୍ଲୀ: ଦେଶରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ବିଜେପି ନେତାଙ୍କ ତୁଣ୍ଡରେ ବାଟୁଳି ବାଜୁନି । କେତେବେଳେ ବିଜେପି ନେତା ଚାଷୀଙ୍କୁ ଆତଙ୍କବାଦୀ କହୁଛନ୍ତି ତ ଆଉ କେବେ ତାତ୍ସଲ୍ୟ କରୁଛନ୍ତି । ଏବେ ଏବେ ପୁଣି ବିଜେପି ମନ୍ତ୍ରୀଙ୍କ ଆଉ ଏକ ବୟାନ ଆସିଛି । ନିଜ ବୟାନକୁ ନେଇ ଫସିଛନ୍ତି ହରିୟାଣାର କୃଷି ମନ୍ତ୍ରୀ ଜେପି ଦଲାଲ । ସେ କହିଛନ୍ତି- ‘କୃଷକ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ୨୦୦ ଚାଷୀ ଘରେ ଥିଲେ ବି ମରିଥାନ୍ତେ । କିଏ ହୃଦଘାତରେ ତ ଆଉ କିଏ ଜରରେ ଜୀବନ ହାରିଛନ୍ତି ।’ ହରିୟାଣା କୃଷିମନ୍ତ୍ରୀଙ୍କ ବୟାନକୁ ନେଇ କଂଗ୍ରେସ ଜେପି ଦଲାଲଙ୍କ ଇସ୍ତଫା ଦାବି କରିଛି ।

ତେବେ, ପ୍ରଶ୍ନ ଉଠୁଛି ଚାଷୀଙ୍କ ପ୍ରତି ବିଜେପି ନେତାଙ୍କ ଏଭଳି ଅସୂୟା ମନୋଭାବ କାହିଁକି ? କଂଗ୍ରେସ ନେତା ରଣଦୀପ ସୁରେଜୱାଲା ଏକ ଭିଡିଓ ଜାରି କରି ଲେଖିଛନ୍ତି- ‘ଆନ୍ଦୋଳନକାରୀ ଚାଷୀଙ୍କ ପ୍ରତି ଏଭଳି ଶବ୍ଦ ଜଣେ ସମ୍ବେଦନହୀନ ଓ ସଂସ୍କାରହୀନ ବ୍ୟକ୍ତି ହିଁ କରିପାରେ । ତାଙ୍କୁ ଟିକିଏ ବି ଲାଜ ସରମ ନାହିଁ । ପ୍ରଥମେ କୃଷକଙ୍କୁ ପାକିସ୍ତାନ ଓ ଚୀନ ସମର୍ଥକ କହୁଥିବା ହରିୟାଣା କୃଷି ମନ୍ତ୍ରୀ ଜେପି ଦଲାଲଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଉ ।’

 

ଜେପି ଦଲାଲ ସାମ୍ବାଦିକ ସମ୍ମିଳନୀ ବେଳେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ- ‘୨୦୦ କୃଷକ ମରିଛନ୍ତି । ଘରେ ଥିଲେ ବି ମରିଥାନ୍ତେ ।’ ସେ କହିଛନ୍ତି ଲକ୍ଷେ ୨ ଲକ୍ଷେରୁ ୨୦୦ ଶହ ଜଣ ମାସକରେ ମରୁନାହାଁନ୍ତି କି ? କିଏ ହୃଦଘାତରେ ତ ଆଉ କିଏ ଜରରେ ମରୁଛି ବୋଲି ଜେପି ଦଲାଲ କହିଛନ୍ତି ।

Leave A Reply

Your email address will not be published.