ଗୌହାଟୀ: ଆପଣ ରେଳଷ୍ଟେସନରେ ଚା ଷ୍ଟଲ ଟ ଦେଖିଥିବେ । ତେବେ ବର୍ତ୍ତମାନ ଆସାମର ଗୌହାଟୀ ରେଳ ଷ୍ଟେସନରେ ଏମିତି ଏକ ଚା ଷ୍ଟଲ ଆରମ୍ଭ କରାଯାଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଏହି ଚା ଷ୍ଟଲଟି କିନ୍ନରଙ୍କ ଦ୍ୱାରା କରାଯାଇଥିବାବେଳେ ଏହା ଦେଶର ପ୍ରଥମ ଚା ଷ୍ଟଲ ହୋଇପାରିଛି ଯାହାର ନାମ ଟ୍ରାନ୍ସ ଚା ଷ୍ଟଲ୍ ରଖାଯାଇଛି । ଏହି ଚା ଷ୍ଟଲ୍ ସଂପୂର୍ଣ୍ଣ ରୂପେ କିନ୍ନରଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଚା ଷ୍ଟଲର ଫଟୋ ସେୟାର କରିଛନ୍ତି। ଉତ୍ତର ପୂର୍ବ ସୀମା ରେଳବାଇ ମୁଖପାତ୍ର ସବ୍ୟସାଚି ଦେଙ୍କ କହିବା ଅନୁଯାୟୀ କିନ୍ନର ସମୁଦାୟକୁ ସଶକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
India’s first “Trans Tea Stall” at a railway platform.
?Guwahati Railway Station pic.twitter.com/JSi8OS9VKM
— Ashwini Vaishnaw (@AshwiniVaishnaw) March 13, 2023
ଏହି ଚା ଷ୍ଟଲ ପାଇଁ ଆସାମର କିନ୍ନରମାନେ ରେଳ ମନ୍ତ୍ରାଳୟକୁ ଧନ୍ୟବାଦ ଦେଇଛନ୍ତି । ଆସାମ ଟ୍ରାନ୍ସଜେଣ୍ଡର ଆସୋସିଏସନ୍ ମଧ୍ୟ ଟ୍ରାନ୍ସ ଚା ଷ୍ଟଲ୍ ସ୍ଥାପନ ପାଇଁ ସହଯୋଗ କରିଥିଲେ । ଉତ୍ତର ପୂର୍ବ ସୀମା ରେଳବାଇ ଅନ୍ୟ ରେଳ ଷ୍ଟେସନରେ ମଧ୍ୟ ଏହିପରି ଅଧିକ ଚା ଷ୍ଟଲ୍ ଖୋଲିବାକୁ ଯୋଜନା କରିଛି। ଆସାମ ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡର ଉପସଭାପତି ସ୍ଵାତି ବିଦାନ୍ ବରୁଆ କହିଛନ୍ତି ଯେ ଭବିଷ୍ୟତରେ ଏହିପରି ସରକାରୀ ଯୋଜନା ଅଧୀନରେ ଅଧିକରୁ ଅଧିକ କିନ୍ନରମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ପ୍ରୟାସ କରାଯିବ ।
Comments are closed.