Latest Odisha News

BREAKING NEWS

ଜୟନାରାୟଣ ହାଜିର ହୋ ! ୨୦୧୮ ଦିଲେଶ୍ୱର ହତ୍ୟା ମାମଲାରେ ବ୍ୟକ୍ତିଗତ ହାଜର ପାଇଁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପ୍ରାୟତଃ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦରେ ରହୁଥିବା ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ୨୦୧୮ ମସିହାର ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ କୋର୍ଟ ନୋଟିସ୍ ପଠାଇଛନ୍ତି । ଆସନ୍ତା ୧୭ ତାରିଖରେ ଜୟନାରାୟଣଙ୍କ ସମେତ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଦୌରାଜଜ୍ ।

ସୂଚନାଯୋଗ୍ୟ, ୨୦୧୮ ମସିହା ବିଜେପୁୁର ଉପନିର୍ବାଚନ ସମୟରେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ରଙ୍କ ହାତ ଥିବା ଅଭିଯୋଗ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୟନାରାୟଣ ଏହି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଥାଇ ବି ଜାମିନ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋଗ ନେଇ ବିମଲ ଭୁଏ ନାମକ ଜଣେ ବ୍ୟକ୍ତି ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିମଲ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ଜୟନାରାୟଣ ଅସୁସ୍ଥତା ଆଳ ଦେଖାଇ କୋର୍ଟରେ ହାଜର ହେଉ ନଥିବାବେଳେ ଦଳୀୟ କାର୍ଯ୍ୟକ୍ରମରେ, ରାଲିରେ, ଧାରଣାରେ କିପରି ସାମିଲ ହେଉଛନ୍ତି । ଯାହକୁ କୋର୍ଟ ଗୁରୁତ୍ୱର ସହ ନେବା ସହ ୧୭ ତାରିଖରେ ଜୟନାରାୟଣଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନୋଟିସ କରିଛନ୍ତି । ତେବେ ସେଦିନ ଜୟ ନାରାୟଣ ହାଜର ହେବା କି ପୁଣିଥରେ ସ୍ୱାସ୍ଥ୍ଯଗତ ଆଳ ଦେଖାଇବେ ତାଉପରେ ଅଦାଲତଙ୍କ କଣ ରାୟ ଆସିବ, ସେନେଇ ଆବେଦନକାରୀ ଓ ମାମଲାରେ ଜଡ଼ିତ ଅନ୍ୟମାନଙ୍କର ଆସନ୍ତା ୧୭ ତାରିଖ ଉପରେ ନଜର ରହିିଛି ।

Leave A Reply

Your email address will not be published.