ପୁରୀ: ଧାର୍ମିକ ଗ୍ରନ୍ଥ ଅନୁସାରେ ହିନ୍ଦୁ ଧର୍ମରେ ଅଶ୍ୱଥମା, ମହାବୀର ହନୁମାନ, ଜାମ୍ବବାନ, ବିଭୀଷଣ, ପର୍ଶୁରାମ, ମହର୍ଷି ବ୍ୟାସ, କୃପାଚାର୍ଯ୍ୟ ଓ ରାଜା ବଳୀ ହଜାର ହଜାର ବର୍ଷ ଧରି ଜୀବିତ ରହିଛନ୍ତି । ଏହା କାଳ୍ପନିକ କିମ୍ବା ସତ୍ୟ ତା ମଧ୍ୟରେ ଆମେ ପଶିବାକୁ ଚାହୁଁ ନାହିଁ । ତେବେ କଳିଯୁଗରେ ଏବେ ବି କେତେକ ବ୍ୟକ୍ତିଙ୍କ ଅଧିକ ବର୍ଷ ବଂଚିବା ନେଇ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ । ଦେବହରା ନାମକ ମାହାତ୍ମା ୭୫୦ ବର୍ଷ ଧରି ବଂଚି ରହିଥିଲେ ବୋଲି ସେମାନଙ୍କ ଶିଷ୍ୟ ଦାବୀ କରି ଆସୁଛନ୍ତି । ତାଙ୍କ ମୃତ୍ୟୁ ୧୯୯୦ରେ ହୋଇଥିଲା ।
ସେହିପରି ତ୍ରୈଲଙ୍ଗ ସ୍ୱାମୀ (ଗଣପତି ସରସ୍ୱତୀ) ମଧ୍ୟ ୨୮୬ ବର୍ଷ ଜୀବିତ ରହିଥିଲେ । ୧୬୦୧ରେ ନୃସିଂହ ରାଓ ଓ ବିଦ୍ୟବତୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ସେ ବାରାଣାସୀରେ ୧୭୩୭ରୁ ୧୮୮୭ ପର୍ଯନ୍ତ ରହିଥିଲେ । ବେଙ୍ଗଲର ସନ୍ଥ ଲୋକନାଥଜୀ ୩୧ ଅଗଷ୍ଟ ୧୭୩୦ରେ ଜନ୍ମ ଗ୍ରହଣ କରିଥିଲେ । ୩ ଜୁନ ୧୮୯୦ରେ ତାଙ୍କର ଦେହାନ୍ତ ହୋଇଥିଲେ । ମହାବତାର ବାବା ୫୦୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ ବୋଲି ତାଙ୍କ ଚେଲାମାନେ ଦାବୀ କରି ଆସୁଛନ୍ତି । ଏହି ବାବାମାନଙ୍କ ଏତେ ଦିନ ଧରି ବଂଚିବା ସତ କି ମିଛ ତାହା ଜଣା ନ ଥିଲେ ମଧ୍ୟ ଏହି ରହସ୍ୟ ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇ ପାରି ନାହିଁ ।
BREAKING NEWS
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
- ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା..
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ଆଖିବୁଜିଲେ
- Parking Fee: ନିଜ ଜିଦରୁ ଓହରିଲା ପ୍ରଶାସନ, ୫୦୦ରୁ ୨୪୦କୁ କମିଲା ଭକ୍ତ ନିବାସର ପାର୍କିଂ ଫି
- ୧୯ ବର୍ଷରୁ କମ ବିଶ୍ୱକପ: ପୂନର୍ବାର ମୁଣ୍ଡ ଟେକିଲା ହ୍ୟାଣ୍ଡସେକ ବିବାଦ
Comments are closed.