Latest Odisha News

BREAKING NEWS

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭାରତ ଯେଉଁ ଋଷିଆ ସହ ବନ୍ଧୁ ବାନ୍ଧିଛି, ତାହା କ୍ରୁର । ସେ ଗଣହତ୍ୟା କରୁଛି, ଯୁଦ୍ଧ କରୁଛି, ବଳାତ୍କାର କରୁଛି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ ମନା କରୁଛି ।

ଭାରତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ସହ ଆଲୋଚନା ବେଳେ ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁବେଲା ଭାରତ ବିଷୟରେ ଏଭଳି ମତ ରଖିଛନ୍ତି । ସେ କହିଛନ୍ତି, ଭାରତ ଯେଉଁ ଋଷିଆ ସହ ବନ୍ଧୁ ବାନ୍ଧିଛି, ତାହା କ୍ରୁର । ସେ ଗଣହତ୍ୟା କରୁଛି, ଯୁଦ୍ଧ କରୁଛି, ବଳାତ୍କାର କରୁଛି ।

ସେ କହିଛନ୍ତି, “ଭାରତ ର ଯୁଦ୍ଧ ବନ୍ଦ ପ୍ରସ୍ତାବ କୁ ୟୁକ୍ରେନ ଗ୍ରହଣ କରୁଛି । ଭାରତ ପକ୍ଷରୁ ଆସୁଥିବା ସହାନୁଭୂତି ମଧ୍ୟ ଗ୍ରହଣୀୟ । ହେଲେ ଏମିତି ସମୟରେ ନିରପେକ୍ଷତା ଯୁଦ୍ଧ ବନ୍ଦ କରିବାରେ କିଛି ସାହଯ୍ୟ କରିବନି । ଭାରତକୁ ୟୁକ୍ରେନ ସହ ଋଷିଆ ବିରୋଧରେ ଠିଆ ହେବାକୁ ପଡ଼ିବ । “

“ଋଷିଆ ଏବେ ଅଧଗତି ମୁଖା । ଭାରତ ତାର ରଣନୀତି ଭାବି ଚିନ୍ତି ସମ୍ଭାଳିବା ଦରକାର । ଭାରତ ଯେଉଁ ଋଷିଆ ସହ ସାଙ୍ଗ ହୋଇଛି, ତାହା ଏବେ ବିପଦ ମୁହାଁ । ଋଷିଆ-ୟୁକ୍ରେନ ଭିତର ଯୁଦ୍ଧ ଏକ ଗଣତନ୍ତ୍ର ଏବଂ ଏକଛତ୍ରବାଦ ଭିତର ର ଲଢ଼େଇ । ଭାରତ ବିଶ୍ୱର ଏକ ବିଶାଳ ଗଣତନ୍ତ୍ର ହିସାବରେ ଗଣତନ୍ତ୍ର ପକ୍ଷରେ ଠିଆ ହେବା ଉଚିତ୍ । “

“ଯୁଦ୍ଧାସ୍ତ୍ର ବ୍ୟାପାର ବେଳେ ଭାରତ ମଧ୍ୟ ଅଧିକ ଚିନ୍ତନର ଆବଶ୍ୟକତା କରୁଛି । ଋଷିଆର ଯୁଦ୍ଧାସ୍ତ୍ରକୁ ୟୁକ୍ରେନ ନିହତ କରିଛି । ଭାରତ କ’ଣ ଏଭଳି ଯୁଦ୍ଧାସ୍ତ୍ର କିଣିବାକୁ ପସନ୍ଦ କରିବ? ଯାହା ଯୁଦ୍ଧ କ୍ଷେତ୍ରରେ ମୁହଁ ମାଡ଼ି ପଡୁଛି ।“

ତେବେ, ଋଷିଆ ପରମାଣୁ ଯୁଦ୍ଧ କରିବନି ବୋଲି ଦୃଢ଼ୋକ୍ତି ରଖିଛନ୍ତି ଡିମିତ୍ରୋ । ସେ କହିଛନ୍ତି, ଋଷିଆ ଭଲ ଭାବେ ବୁଝିଛି ଯେ ଯଦି ପରମାଣୁ ବ୍ୟବହାର ହୁଏ । ଯୁଦ୍ଧରେ ଋଷିଆ ର ହିଁ କ୍ଷତି । ଯାହା ତାକୁ ଧ୍ୱଂସ ର ଦ୍ୱାର ଦେଶକୁ ନେଇଯିବ ।

Leave A Reply

Your email address will not be published.