Latest Odisha News

ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା, ଟ୍ୱିଟରଟି ପଢ଼େଇଲେ ପାଠ

ଭୁବନେଶ୍ବର: ‘ଟ୍ୱିଟରଟି’ ବୁଧବାର ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କୁ ବଢ଼ିଆ ପାଠ ପଢ଼େଇଛନ୍ତି । ଅଜୟ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କୁ ବୁଝାଉଥିଲେ ଯେ, ହିନ୍ଦୀ ଆମ ମାତୃଭାଷା ଏବଂ ରାଷ୍ଟ୍ର ଭାଷା । ଏହା ଥିଲା ଏବଂ ରହିବ ।

କିଚ୍ଚା ସୁଦୀପ ଏକ ସାକ୍ଷାତକାରରେ କହିଥିଲେ, ହିନ୍ଦୀ ଆଉ ରାଷ୍ଟ୍ର ଭାଷା ନୁହେଁ । ଏହି ସାକ୍ଷାତକାର ଦେଖି କିଚ୍ଚା ସୁଦୀପଙ୍କୁ ପାନେ ଚଖେଇବାକୁ ଭାବିଥିଲେ ଅଜୟ । ଏହାକୁ ନେଇ ସେ ଏକ ଟ୍ୱିଟ୍ କରିଥିଲେ ।

ସେଥିରେ ଲେଖିଥିଲେ, “କିଚ୍ଚା ସୁଦୀପ, ମୋ ଭାଇ ଯଦି ହିନ୍ଦୀ ଆମ ରାଷ୍ଟ୍ର ଭାଷା ନୁହେଁ ତାହେଲେ ଆପଣ କାହିଁକି ନିଜ ମାତୃଭାଷା ସିନେମା ହିନ୍ଦୀରେ ଡବ୍ କରି ରିଲିଜ୍ କରୁଛନ୍ତି? ହିନ୍ଦୀ ଆମ ମାତୃଭାଷା ଏବଂ ରାଷ୍ଟ୍ରଭାଷା ମଧ୍ୟ, ଥିଲା ଆଉ ରହିବ । ଜନ ଗଣ ମନ ।”

ହେଲେ ଏଠି ସୁଦୀପ ଅଜୟଙ୍କୁ ଉତ୍ତର ଦେବା ଆଗରୁ ଟ୍ୱିଟରଟି ଉଚିତ୍ ପାଠ ପଢ଼େଇଦେଲେ । ଇଣ୍ଟରନେଟ୍ ରୁ ଫ୍ୟାକ୍ଟ ଚେକ୍ କରିବାକୁ କହି ବତେଇଦେଲେ ସତ କ’ଣ ।
ତା ପରେ ନେଟିଜେନ ଅଜୟଙ୍କୁ ରାଷ୍ଟ୍ରଭାଷା କଣ ବୁଝେଇଥିଲେ । ଭାରତରେ ରାଷ୍ଟ୍ରଭାଷା ବୋଲି କିଛି ନାହିଁ । ହିନ୍ଦୀ ସର୍ବାଧିକ ବ୍ୟବହୃତ ଭାଷା । ପାଞ୍ଚଟି କେବଳ ଶାସ୍ତ୍ରୀୟ ଭାଷା ରହିଛି ।

ପରେ କିଚ୍ଚା ଦୁଇଟି ଟ୍ୱିଟ୍ ରେ ଅଜୟଙ୍କୁ ପୁରା ମର୍ମ ବୁଝେଇଦେଇଥିଲେ ।

Leave A Reply

Your email address will not be published.