Latest Odisha News

BREAKING NEWS

ଦେଶରେ ଓମିକ୍ରନ୍‌ ମାମଲା ୧୫୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭୟ ବଢାଉଛି ଓମିକ୍ରନ୍‌। କ୍ଷୀପ୍ର ବେଗରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହା କରୋନାର ପୂର୍ବ ପ୍ରଜାତି ଡେଲ୍‌ଟାଠାରୁ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି। ‌

ତେବେ ମହାରାଷ୍ଟ୍ରରେ ୬ଟି ଏବଂ ଗୁଜୁରାଟରେ ଚାରିଟି ନୂଆ ଓମିକ୍ରନ୍‌ ମାମଲା ସହ  ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଦେଶରେ ଓମିକ୍ରନ୍‌ର ସର୍ବାଧିକ ସଂଖ୍ୟା ୫୪ ରହିଛି। ୨୨ ଟି ସଂକ୍ରମଣ ମାମଲା ସହିତ ଦିଲ୍ଲୀ ଦ୍ବିତୀୟରେ ରହିଛି।

Comments are closed.