Latest Odisha News

ଡ୍ରାଗନ ପାଇଁ ଭାରତର ପ୍ଲାନ-୧୯୦ !

ନୂଆଦିଲ୍ଲୀ: ଏଲଏସିରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଥିବା ଚୀନ ଉପରେ ଭାରତୀୟ ସେନା କଡା ନଜର ରଖିଛି । ଅରୁଣାଚଳ ପ୍ରଦେଶ ନିକଟରେ ଡ୍ରାଗନ ଭାରତ ବିପକ୍ଷରେ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛି । ଏହାକୁ ଦେଖି ସେନା ପ୍ଲାନ-୧୯୦ ଲାଗୁ କରିଛି । ଭାରତୀୟ ଯବାନ ସମୁଦ୍ର ପତନଠାରୁ ୧୫ ହଜାର ଫୁଟ ଉପରେ ଏହାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଏଥିରେ ଶାରୀରିକ ବ୍ୟାୟମ, ମାର୍ଶଲ ଆର୍ଟ ଏବଂ ଅନ୍ୟ ଜ୍ଞାନ କୌଶଳ ସାମିଲ କରାଯାଇଛି ।

ତାୱାଙ୍ଗ ବ୍ରିଗେଡ (ଭାରତୀୟ ସେନାର ଏକ ଗ୍ରୁପ) ଏହି ସବୁଥିରେ ପାରଙ୍ଗମ ହାସଲ କରି ଶତ୍ରକୁ କୌଣସି ସୁଯୋଗ ଦେଇ ନ ଥାନ୍ତି । ସୀମାରେ ଏଥର ଯଦି ଚୀନ ଅନୁପ୍ରବେଶ ଉଦ୍ୟମ କରେ ତାହାହେଲେ ଏମାନେ ହତ୍ୟା କର କିମ୍ବା ଶହୀଦ ହୁଅ ରଣନୀତି ଆପଣାଇବା । ଚୀନ ସେନା ଭାରତର ଏହି ବ୍ରିଗେଡକୁ ଭୟ କରନ୍ତି ।

Leave A Reply

Your email address will not be published.