Latest Odisha News

BREAKING NEWS

ମମିତା ହତ୍ୟାର ଚାଲିଛି ଖିଅ ଖୋଜା, କ୍ରାଇମ ସ୍ପଟରେ ପୋଲିସର ତନାଘନା

କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ପୋଲିସର ଛାନବିନ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଘନ ଘନ ଜେରା କରୁଛି ପୋଲିସ । ଘଟଣାରେ ଆଉ କାହାର ରହିଛି କି ସଂପୃକ୍ତି ? ହତ୍ୟାକାଣ୍ଡ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ? ସେନେଇ ମାରାଥନ ଜେରା କରୁଛି ପୋଲିସ । ଅନ୍ୟପଟେ ମମିତାଙ୍କୁ ପୋତା ଯାଇଥିବା ମହାଲିଙ୍ଗ ମିନି ଷ୍ଟାଡିୟମର କ୍ରାଇମ ସ୍ପଟରେ ସରଜମିନ ତଦନ୍ତ କରିଛନ୍ତି ଉଭୟ ଡିଆଇଜି ଓ ଏସପି । ମହାଲିଙ୍ଗ ଷ୍ଟାଡିୟମରେ ବଲାଙ୍ଗୀର ପୋଲିସ ଟିମର ତଦନ୍ତ ବେଳେ ପୋଲିସ ହାତରେ ଲାଗିଛି ଦୁଇଟି ପୋଡ଼ା ସମଗ୍ରୀ । ମମିତାଙ୍କୁ ହତ୍ୟା କରାଯାଇଥିବା ଗାତରୁ ପୋଡ଼ା ଯାଇଥିବା ମୋବାଇଲ ମିଳିଥିବା ନେଇ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଅଧିକ ତଦନ୍ତ ପାଇଁ ସିନ୍ଧେକେଲା ଥାନାରେ ଡିଆଇଜି ଓ ଏସପି ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଜାରି ରହିଛି । ଜେରା ବେଳେ ଗୋବିନ୍ଦ ଠାରୁ ଗୁମର ଖୋଲୁଛି ପୋଲିସ । ପରକୀୟା ପ୍ରୀତି ସଂପର୍କରେ ଜାଣି ଦେଇଥିବାରୁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ସାହୁ । ମମିତାଙ୍କୁ ହତ୍ୟା କରିବା ପାଇଁ କରିଥିଲା ସମସ୍ତ ଯୋଜନା । ୮ ତାରିଖରେ ଭବାନୀପାଟଣାରୁ କେଗାଁ ଫେରୁଥିବା ବେଳେ, କାରରେ ହିଁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ । ଏହାପରେ ମୃତଦେହ ଲୁଚାଇବାକୁ ଯୋଜନା କରିଥିଲା ଗୋବିନ୍ଦ ।

Leave A Reply

Your email address will not be published.