ନୂଆଦିଲ୍ଲୀ: ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ । ଏହି ମିସ୍ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ କ୍ରାଉନ ଜିତିଛନ୍ତି ସରଗମ୍ । ଆଉ ଦେଶ ପାଇଁ ଆଣିଛନ୍ତି ଗୌରବ ।
ସରଗମ୍ କୌଶଲ ଜମ୍ମୁର ଜମ୍ମୁର ଜଣେ ଶିକ୍ଷୟିତ୍ରୀ ତଥା ମଡେଲ୍ । ତାଙ୍କ ସ୍ୱାମୀ ଜଣେ ଭାରତୀୟ ନୌସେନା । ୨୦୧୮ରେ ସରଗମ୍ ବିବାହ କରିଥିଲେ । ପରେ ସେ ତାଙ୍କ ପ୍ୟାସନକୁ ଫଲୋ କରିବାକୁ ଯାଇ ୨୦୨୨ ବ୍ୟୁଟି ପିଜାଣ୍ଟ ପାଇଁ ପ୍ରସ୍ତୁତ ହେବା ସହ ଅଂଶଗ୍ରହଣ କରିଥିଲେ ।୨୦୨୧ର କ୍ରାଉନ ବିଜେତା ୟୁଏସର ସେଲିନ୍ ଫର୍ଡ ମୁମ୍ବାଇ ବେସଡ଼ ସରଗମ କୌଶଲଙ୍କୁ କ୍ରାଉନ ପିନ୍ଧାଇଛନ୍ତି ।
View this post on Instagram
ସରଗମ୍ ନିଜ ଦେଶକୁ ବହୁତ ଭଲ ପାଉଥିବା କହିଛନ୍ତି । ୨୦୦୧ରେ ଭାରତର ଅଦିତି ଗୋଭିତ୍ରିକର ଜିତିଥିଲେ ମିସେସ୍ ୱାର୍ଲଡ଼ କ୍ରାଉନ । ୨୦୦୧ ପରେ ଏବେ ୨୦୨୨ରେ ଦେଶକୁ ପୁଣି ଥରେ ମିଳିଛି କ୍ରାଉନ୍ । ୧୯୮୪ରୁ ଆରମ୍ଭ ହୋଇଥିଲା ବିବାହିତ ମହିଳାଙ୍କ ପାଇଁ ବ୍ୟୁଟି ପିଜାଣ୍ଟ ସୋ । ପ୍ରଥମେ ଏହି ଶୋର ନାଁ ମିସେସ୍ ୱିମେନ୍ ଅଫ ଦ ୱାଲ୍ଡ଼ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୮ରେ ମିସେସ୍ ୱାର୍ଲଡ଼ ନାମରେ ନାମିତ କରାଯାଇଥିଲା ।
Comments are closed.