Latest Odisha News

BREAKING NEWS

ମିଛ ଅଭିଯୋଗ ଆଣିବାକୁ ପାକିସ୍ତାନ ବାଛିଲା ଜାତିସଂଘ ମଞ୍ଚ, ଭାରତର କଡା ଜବାବ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଅନେକ ବିବୃତ୍ତି ଦେଇଛନ୍ତି। ଏବେ ଭାରତ ମଧ୍ୟ ପାକିସ୍ତାନକୁ କଡା ଜବାବ ଦେଇଛି। ଜାତିସଂଘରେ ସମ୍ବୋଧିତ କରି ଭାରତର ରାଷ୍ଟ୍ରଦୂତ ମିଜିଟୋ ଭିନିଟୋ କହିଛନ୍ତି ଯେ ସୀମା ଆତଙ୍କବାଦ ଶେଷ ହେଲେ ହିଁ ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିହେବ।

ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ)ର ଅଧିବେଶନକୁ ସମ୍ବୋଧିତ କରି ଶେହବାଜ ସରିଫ ଦାବି କରିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ‘ବେଆଇନ ଏବଂ ଏକପାଖିଆ’ ନିଷ୍ପତ୍ତି। ଯଦିଓ ଏହି ନିଷ୍ପତ୍ତି କଶ୍ମୀରରେ ଶାନ୍ତି ଫେରାଇ ଆଣିବ ବୋଲି ସରକାର କହିଥିଲେ। କିନ୍ତୁ ଏହା ବିବାଦକୁ ଆହୁରି ବଢାଇ ଦେଇଛି। ଏହା କହିଥିଲେ ସରିଫ।

ମିଳିତ ଜାତିସଂଘର ସାଧାରଣ ସଭା ସମୟରେ ମିଜିଟୋ ଭିନିଟୋ କହିଛନ୍ତି ଯେ କଶ୍ମୀରରେ ଶାନ୍ତି, ନିରାପତ୍ତା ରକ୍ଷା କରିହେବ। କିନ୍ତୁ ଏପରି ନହେବା ପଛର ପ୍ରମୁଖ କାରଣ ସୀମା ପାର ଆତଙ୍କବାଦ। ପ୍ରଥମେ ଏହାର ନିପାତ କରିବାକୁ ହେବ। ଭାରତ ଏପରି କହି ପାକିସ୍ତାନକୁ କଡା ଜବାବ ଦେଇଛି। ଭାରତୀୟ କୂଟନୀତିଜ୍ଞ କହିଛନ୍ତି ଯେ, ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପୂର୍ବରୁ ପାକିସ୍ତାନକୁ ତାର ପ୍ରକୃତ ଚରିତ୍ର ମନେ ପକାଇ ଦେଇଛନ୍ତି। ଭିଣ୍ଟୋ  କହିଛନ୍ତି ଯେ ଜମ୍ମୁ କଶ୍ମୀର ଉପରେ ଦାବି କରିବା ପରିବର୍ତ୍ତେ ଇସଲାମାବାଦ “ସୀମା ଆତଙ୍କବାଦ” ବନ୍ଦ କରିବା ଉଚିତ। ଦୁଃଖର ବିଷୟ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏପରି ମଞ୍ଚକୁ ବାଛିଛନ୍ତି। ନିଜ ଦେଶରେ ହେଉଥିବା ଅନୈତିକ କାମକୁ ଲୁଚାଇବାକୁ ଯାଇ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ କେହି ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି। ପଡ଼ୋଶୀଙ୍କ ସହ ଶାନ୍ତି ସ୍ଥାପନ ପାଇଁ ଦାବି କରୁଥିବା ଗୋଟିଏ ରାଷ୍ଟ୍ର କେବେ ବି ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବ ନାହିଁ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡଙ୍କୁ କେବେ ଆଶ୍ରୟ ଦେବ ନାହିଁ ବୋଲି ଭିନିଟୋ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇ ଶାହାବାଜ ସରିଫ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଭାରତ ନିଜର ସେନା ଅଧିକରୁ ଅଧିକ ନିୟୋଜନ କରି ସଂପୃକ୍ତ ଅଞ୍ଚଳକୁ ବିଶ୍ୱର ସବୁଠାରୁ ସୈନ୍ୟବାହିନୀରେ ପରିଣତ କରିଛି। ଆଉ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ। କେବଳ ଆଲୋଚନା ଜରିଆରେ ଶାନ୍ତି ଫେରିପାରିବ ବୋଲି ପାକିସ୍ତାନ କହିଥିଲା।

Leave A Reply

Your email address will not be published.