ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ 5 ଉଇକେଟରେ ପରାସ୍ତ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି ।
Hardik Pandya finishes things off in style 🎉#INDvPAK #AsiaCup2022 pic.twitter.com/O7e4UcWbL0
— BCCI (@BCCI) August 28, 2022
ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ବ୍ୟାଟି କରି ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।
ASIA CUP 2022. India Won by 5 Wicket(s) https://t.co/00ZHI9O18V #INDvPAK #AsiaCup2022
— BCCI (@BCCI) August 28, 2022
କେଏଲ ରାହୁଲ ଶୂନରେ ଆଉଟ ହେବା ପରେ ଅଧିନାୟକ ରୋହିତ ଶର୍ମା 12 ରନରେ ଆଉଟ ହୋଇ ପ୍ରାରମ୍ଭିକ ଝଟକା ଦେଇଥିଲେ ଭାରତକୁ । ତେବେ ବିରାଟ କୋହଲି ଆଜି କିଛି ଭଲ ସଟ ଖେଳିବା ସହ 35 ରନ କରି ଆଉଟ ହୋଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ 18 ରନ କରି ଆଉଟ ହୋଇଥିଲେ । ଜାଡେଜା ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜାଡେଜା 29 ବଲରେ 35 ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ । ହାର୍ଦିକ ପାଣ୍ଡ୍ୟା ଶେଷ ଓଭରରେ ଭଲ ସଟ ଖେଳିଥିଲେ, ସେ 17 ବଲରେ 33 ରନ କରି ମ୍ୟାଚ ବିଜୟୀ ଛକା ମାରିଥିଲେ । ଦିନେଶ କାର୍ତ୍ତିକ ଶେଷକୁ ଆସି 1 ରନ କରିଥିଲେ ।
ପାକିସ୍ତାନ ପକ୍ଷରୁ ନସିମ ଶାହା 2ଟି ଉଇକେଟ ନେଇଥିବା ବେଳେ ମହମ୍ମଦ ନଓ୍ବାଜ 3ଟି ଉଇକେଟ ନେଇଥିଲେ ।
ସେପଟେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ 148 ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି 20 ଓଭରରେ ପାକିସ୍ତାନ କରିଥିଲା 147 ରନ । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ । ଇଫ୍ଟିଖର ଅହମ୍ମଦ 28 ରନ କରିଥିଲା ବେଳେ ପାକିସ୍ତାନ ପକ୍ଷରୁ ବାବର ଆଜମ 9 ବଲରେ 10 ରନ କରି ପ୍ରଥମେ ଆଉଟ ହୋଇଥିଲେ ।
ମହମ୍ମଦ ରିଜୱାନ 42 ବଲରେ 43 ରନ କରିଥିଲେ । ଫଖର ଜମାନ 10 ରନ କରିଥିବା ବେଳେ ଆଉଟ ହୋଇଥିଲେ । ଖୁସଦିଲ ଶାହା 2 ରନ୍ କରିଥିବା ବେଳେ ଆସିଫ ଅଲି 9 ରନ୍ କରି ଆଉଟ ହୋଇଥିଲେ । ମହମ୍ମଦ ନୱାଜ 1 ରନ, ଶାଦବ ଖାନ 10 ରନ ଏବଂ ନାସିମ ଶାହା 0ରେ ଆଉଟ ହୋଇଥିଲେ । , ଶାହନାୱାଜ ଡହାନି 6 ବଲରେ 16 ରନ କରି ଆଉଟ ହୋଇଥିଲେ । ହରିସ ରାଉଫ 13 ରନ୍ କରି ଅପରାଜିତ ରହିଥିଲେ ।
ଭାରତ ପକ୍ଷରୁ ଭୁବନେଶ୍ୱର କୁମାର 4 ଓଭରରେ 26 ରନ୍ ଦେଇ 4ଟି ଉଇକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭରରେ 25 ରନ୍ ଦେଇ 3ଟି ଉଇକେଟ ନେଇଥିଲେ । ଆଭେଶ ଖାନ ଗୋଟିଏ ଉଇକେଟ ନେଇଥିବା ବେଳେ ଅର୍ଶଦୀପ ସିଂ 2ଟି ଉଇକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲଙ୍କୁ କୈାଣସି ଉଇକେଟ ମିଳିନଥିଲା ।
Comments are closed.