Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ ବିଶ୍ୱବ୍ରହ୍ମାଣ୍ଡ ଦର୍ଶନ କରାଇବାର ପୌରାଣିକ ଉପାଖ୍ୟାନ ସହ ବୈଜ୍ଞାନିକ ଚିନ୍ତା ଧାରାର ସାମଞ୍ଜସ୍ୟ ରହିଛି। ସେଥିପାଇଁ ତ ଶ୍ରୀଜଗନ୍ନାଥଙ୍କୁ ପରଂବ୍ରହ୍ମ ରୂପେ ପ୍ରତିପାଦିତ କରି ଆମେ ଆଲୋଚନା ଜାରି ରଖିଛେ। ପୃଥିବୀରେ ସର୍ବପ୍ରଥମ ଜୀବ ସତ୍ତା ଏକକୋଷି ଉଦ୍ଭିଦଟିଏ। କିନ୍ତୁ ଗର୍ଭରେ ତାର ସାରା ସଂସାର ସୃଷ୍ଟି କରିବାର ଉପାଦାନ। ମନେ କରନ୍ତୁ ପ୍ରଳୟରେ ସବୁ ନଷ୍ଟ ହୋଇ କେବଳ ସେହି ଏକ ପ୍ରାଣ ସତ୍ତା ଜୀବିତ ଅଛି। ତେବେ ସେ କିଏ ! ଶ୍ରୀଜଗନ୍ନାଥଙ୍କ ପ୍ରାଣ ସତ୍ତା ନୁହେଁକି ? ବ୍ରହ୍ମ ତତ୍ତ୍ୱରେ ଆଲୋଚନା କଲେ ଆମେ ଜାଣିବା ବା ଉତ୍ତର ଦେବା “ହଁ ସେ ହିଁ ଶ୍ରୀଜଗନ୍ନାଥ ଙ୍କ ବାଳମୁକୁନ୍ଦ ରୁପ “। ଚିତ୍ରକାରର କଳ୍ପନାରେ ବାଳକୃଷ୍ଣ ମୂର୍ତ୍ତି ଧାରଣ କରିଛନ୍ତି। ଯେପରି କବି, ଭାବୁକ, ଭକ୍ତ ଯୋଗୀ, ମୁନି, ଋଷି, ଦାର୍ଶନିକ ପ୍ରତ୍ୟେକ ନିଜ ନିଜ ଚିନ୍ତାଧାରା ଅନୁସାରେ ଶ୍ରୀଜଗନ୍ନାଥଙ୍କୁ ପରିପ୍ରକାଶ କରିଛନ୍ତି। ଭାଗବତର ତ୍ରୟୋଦଶ ସ୍କନ୍ଦ (ଅପ୍ରକାଶିତ )ଦ୍ଵାରକା ଦାସ ଲେଖିଲେ

“ନମଇଁ ପରମ ପୁରୁଷ,
ନୀଳ କନ୍ଦରେ ତୋର ବାସ
ଯୋଗୀଜନ ରଞ୍ଜିବା ପାଇଁ
ନିଶ୍ଚଳେ ବସିଛ ଗୋସାଇଁ
ବ୍ରହ୍ମ ଜ୍ଞାନୀଙ୍କ ଗର୍ବ ଚୁରି
ତେଣୁ ବୋଲାଉ ବ୍ରହ୍ମଚାରି
ଅଷ୍ଟାଙ୍ଗ ଯୋଗ ସାଧିବାରେ
ନିଶ୍ଚଳ ଆତ୍ମା ଲୟେ ଦ୍ୱାରେ ।”

ତ୍ରିମୁର୍ତ୍ତୀର ପରିକଳ୍ପନା ଏହି ଅ -ଉ -ମ ରୁ ହେଉ ବା ଚତୃଦ୍ଧା ମୂର୍ତ୍ତିଙ୍କ ପରିକଳ୍ପନା” ହରେ କୃଷ୍ଣ “ମହାମନ୍ତ୍ରର ଚାରି ଅକ୍ଷରକୁ ନେଇ ହେଉ । ପ୍ରତ୍ୟେକ ସ୍ତରରେ ଶ୍ରୀଜଗନ୍ନାଥଙ୍କ ପରଂବ୍ରହ୍ମତ୍ବ ପରିପ୍ରକାଶ ଘଟିଛି,। ଆଗକୁ ଜାଣିବା ଆହୁରି ସୁନ୍ଦର ତତ୍ତ୍ୱ ଓ ତଥ୍ୟ ।

ଏବେ ଆରାଧନାର ସମୟ ।

କୋଟି ବ୍ରହ୍ମlଣ୍ଡ ପ୍ରଭୁ ଜଗନ୍ନାଥ
କରନ୍ତି ପୂର୍ଣ୍ଣ ପ୍ରାଣୀ ମନୋରଥ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

 

Leave A Reply

Your email address will not be published.