Latest Odisha News

BREAKING NEWS

ଭାରତ ଆଗରେ 148 ରନ ଟାର୍ଗେଟ ରଖିଲା ପାକିସ୍ତାନ

ଭାରତ ଆଗରେ 148  ରନର ଟାର୍ଗେଟ ଦେଇଛି ପାକିସ୍ତାନ ।  ପ୍ରଥମେ ବ୍ୟାଟିଂ କରି 19.5 ଓଭରରେ ପାକିସ୍ତାନ 147  ରନ କରିଛି । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ । ଇଫ୍ଟିଖର ଅହମ୍ମଦ  28 ରନ କରିଥିଲା ବେଳେ ପାକିସ୍ତାନ ପକ୍ଷରୁ ବାବର ଆଜମ 9 ବଲରେ 10 ରନ  କରି ପ୍ରଥମେ ଆଉଟ ହୋଇଥିଲେ ।

 

ମହମ୍ମଦ ରିଜୱାନ 42 ବଲରେ 43  ରନ କରିଥିଲେ ।  ଫଖର ଜମାନ 10 ରନ କରିଥିବା ବେଳେ ଆଉଟ ହୋଇଥିଲେ  । ଖୁସଦିଲ ଶାହା 2 ରନ୍ କରିଥିବା ବେଳେ  ଆସିଫ ଅଲି 9 ରନ୍ କରିଥିଲେ ।  ମହମ୍ମଦ ନୱାଜ 1 ରନ, ଶାଦବ ଖାନ 10 ରନ ,ନାସିମ ଶାହା 0ରେ ଆଉଟ ହୋଇଥିଲେ, ହରିସ ରାଉଫ 13 ରନ୍, ଶାହନାୱାଜ ଡହାନି 6 ବଲରେ 16 ରନ କରିଥିଲେ ।

ଭୁବନେଶ୍ୱର କୁମାର  4 ଓଭରରେ 26 ରନ୍ ଦେଇ 4ଟି ଉଇକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭରରେ 25 ରନ୍ ଦେଇ 3ଟି ଉଇକେଟ ନେଇଥିଲେ ।  ଆଭେଶ ଖାନ ଗୋଟିଏ ଉଇକେଟ ନେଇଥିବା ବେଳେ  ଅର୍ଶଦୀପ ସିଂ 2ଟି ଉଇକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲଙ୍କୁ କୈାଣସି ଉଇକେଟ ମିଳିନଥିଲା ।

Leave A Reply

Your email address will not be published.