Latest Odisha News

BREAKING NEWS

ଯାତ୍ରୀଙ୍କୁ ବଡ଼ ଝଟକା, ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ସମସ୍ୟା ବଢିଲା । ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଇଣ୍ଡିଗୋ । ଜୁଲାଇ ୧ରୁ ହଂକଂ, ସଙ୍ଘାଇ, ହୋ ଚି ମିନ୍ହ ସିଟି, ଲଙ୍ଗକ୍ବିଭ୍ ଏବଂ କ୍ରାବି ପାଇଁ ଉଡ଼ାଣ ବନ୍ଦ ରହିବ । କମ୍ବୋଡିଆ ପାଇଁ ଜୁଲାଇ ୩ରେ ସେବା ବନ୍ଦ ରହିବ । ୩୦ ସେପ୍ଟେମ୍ବର ଯାଏଁ ଲାଗୁ ରହିବ । ଜୁଲାଇରୁ ସେପ୍ଟେମ୍ବରରେ ଯାତ୍ରୀଙ୍କ ଉଡ଼ାଣ କମ୍ ରହିଥାଏ ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ରହିଛି ।

ଏହି ନିଷ୍ପତ୍ତି ପଛର କାରଣ ସମ୍ପର୍କରେ କମ୍ପାନି କହିଛି ଚାହିଦା କମ୍‌ ରହିବା ଓ ପରିଚାଳନା ପରିବେଶ ଆହ୍ବାନପୂର୍ଣ୍ଣ ଥିବାରୁ କମ୍ପାନି ଉଡ଼ାଣ ବାତିଲ କରିଛି । ଏହି ସମୟରେ ସାଧାରଣତଃ କେତେକ ଅନ୍ତର୍ଜାତୀୟ ରୁଟ୍‌ରେ ଚାହିଦା କମ୍‌ ରହିଥାଏ । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲ ଦର ମହଙ୍ଗା ହେବା ଏବଂ ବିଭିନ୍ନ ଦେଶରେ ଆକାଶ ମାର୍ଗ କଟକଣା ଭାରତୀୟ ଏୟାରଲାଇନ୍‌ ଗୁଡ଼ିକର ପରିଚାଳନା ଖର୍ଚ୍ଚକୁ ବହୁତ ବଢ଼ାଇ ଦେଇଛି । ତାହାକୁ ନଜରରେ ରଖି କମ୍ପାନି ଏହାର ଉଡ଼ାଣରେ ପରିବର୍ତ୍ତନ କରୁଛି ।

ତେବେ ଏହି ନିଷ୍ପତ୍ତି ସ୍ଥାୟୀ ନୁହେଁ ବୋଲି ଇଣ୍ଡିଗୋ କହିଛି । କମ୍ପାନୀ କହିଛି କି, ପ୍ରଭାବିତ ସମସ୍ତ ରୁଟସ ପାଇଁ ୧ ଅକ୍ଟୋବର ୨୦୨୬ରୁ ପୁଣିଥରେ ବୁକିଂ କରିପାରିବେ । ଯଦି ସ୍ଥିତିରେ ସୁଧାର ଆସିଥାଏ, ତେବେ ଉଡ଼ାଣ ପୂର୍ବଭଳି ହୋଇପାରେ ।

Leave A Reply

Your email address will not be published.