Latest Odisha News

BREAKING NEWS

ସୁରଟରୁ ଦିଲ୍ଲୀ ଆସୁଥିବାବେଳେ ଇଣ୍ଡିଗୋ ବିମାନରେ ମାଡ ହେଲା ପକ୍ଷୀ

ଅହମ୍ମଦାବାଦ: ଗୁଜୁରାଟର ସୁରଟରୁ ଦିଲ୍ଲୀକୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ସହିତ ଏହି ପକ୍ଷୀ ମାଡ ହେବାରୁ ବିମାନକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ଡିଜିସିଏ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ମିଳିଥିବା ସୂଚନା ମୁତାବକ ‘ଇଣ୍ଡିଗୋ ଏ୩୨୦ ସୁରଟ-ଦିଲ୍ଲୀ ବିମାନ ୬ଇ-୬୪୬ ଆଜି ସୁରଟରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା | ତେବେ ଏହି ସମୟରେ ବିମାନରେ ଏକ ପକ୍ଷୀ ମାଡ ହୋଇଯିବାରୁ ବିମାନକୁ ଅହମ୍ମଦାବାଦ ବିମାନବନ୍ଦର ଆଡକୁ ନିଆଯାଇଥିଲା। ବିମାନଟି ଅହମ୍ମଦାବାଦରେ ନିରାପଦରେ ଅବତରଣ କରିଥିଲା।

ଏହାପୂର୍ବରୁ ଶୁକ୍ରବାର (ଫେବୃଆରୀ ୨୪) ରେ ଇଣ୍ଡିଗୋ ର ‘ଫ୍ଲାଇଟ୍ ୬ଇ ୨୪୦୭’ ମେଡିକାଲ ଜରୁରୀକାଳୀନ ପରିସ୍ଥିତି କାରଣରୁ ଭୋପାଳକୁ ଡାଇଭର୍ଟ କରିବାକୁ ପଡିଥିଲା। ବିମାନଟି କୋଚିନ୍‌ରୁ ଦିଲ୍ଲୀକୁ ଆସୁଥିବା ବେଳେ ବିମାନ ଭିତରେ ଥିବା ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା। ଏଥିପାଇଁ ଭୋପାଳରେ ବିମାନ ଅବତରଣ କରିବାକୁ ପଡିଲା। ବିମାନଟି ଭୋପାଳରେ ଅବତରଣ କରିବା ପରେ ତୁରନ୍ତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.