Latest Odisha News

ଆସନ୍ତୁ ଜାଣିବା ଡିଆରଏସ ନେବାରେ କେଉଁ ଟିମ ସିଦ୍ଧହସ୍ତ

ମୁମ୍ବାଇ: ଡିସିସନ ରିଭ୍ୟୁ ସିଷ୍ଟମ ଏବେ କ୍ରିକେଟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଛି । ଆଧୁନିକ କ୍ରିକେଟର ସ୍ପିଡକୁ ପରଖିବାରେ ବେଳେ ବେଳେ ଫିଲ୍ମ ଅମ୍ପାୟରଙ୍କୁ ଭୁଲ ହେଉଛି । ଏହାର ସମାଧାନ ପାଇଁ ଡିଆରଏସର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ଡିଆରଏସ ନେବାରେ କେଉଁ ଟିମର ସଫଳତା ହାର ଆଗରେ ରହିଛି ଆସନ୍ତୁ ଜାଣିବା । ୨୦୨୦ ପରଠାରୁ ଡିଆରଏସ ନେବାରେ ଧୂରନ୍ଧର ସାବ୍ୟସ୍ତ ହୋଇଛି ନ୍ୟୁଜିଲାଣ୍ଡ ଟିମ । ୧୧୮ଟି ନିଷ୍ପତିରୁ ୩୬ରେ ସଫଳ ହୋଇଥିବା ବେଳେ ୮୨ରେ ବିଫଳ ହୋଇଛି । ନ୍ୟୁଜିଲାଣ୍ଡର ସଫଳତାର ପ୍ରତିଶତ ହାର ୩୦.୫ ରହିଛି । ବାଂଲାଦେଶ ଏହି ତାଲିକାରେ ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି ।

ବାଂଲାଦେଶ ଟିମ ୧୧୬ରୁ ୩୫ରେ ସଫଳ ଏବଂ ୮୧ରେ ବିଫଳ ହୋଇଛି । ସେହିପରି ଟିମ ଇଣ୍ଡିଆ ୧୬୯ଥର ଡିଆରଏସ ନେଇଛି । ଏଥିରେ ୪୮ ଥର ସଫଳ ହୋଇଥିବା ବେଳେ ୧୨୧ ଥର ବିଫଳ ହୋଇଛି । ଭାରତର ୨୮.୪ ଏବଂ ବାଂଲାଦେଶର ୩୦.୨ ରହିଛି । ଅନ୍ୟ ଦେଶଗୁଡିକ ମଧ୍ୟରେ ଦକ୍ଷିଣ ଆଫ୍ରିକା(୨୭.୭), ୱେଷ୍ଟଇଣ୍ଡିଜ(୨୭.୩), ଇଂଲଣ୍ଡ(୨୭.୧), ପାକିସ୍ତାନ(୨୫.୬), ଅଷ୍ଟ୍ରେଲିଆ(୨୨.୭), ଶ୍ରୀଲଙ୍କା(୨୦.୭) ଓ ଜିମ୍ବାୱେ(୨୦ ପ୍ରତିଶତ) ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.