Latest Odisha News

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ମାମଲାରେ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଜି ସକାଳୁ ସିବିଆଇ ପ୍ରାୟ ୯ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରିବା ପରେ ଗିରଫ କରିଛି ।

ଜେରା ପୂର୍ବରୁ ସିସୋଦିଆ କହିଥିଲେ, ଜେଲରେ ୭ରୁ ୮ ମାସ କାଟିବା ପାଇଁ ମୁଁ ପ୍ରସ୍ତୁତ ଅଛି । ପୂର୍ବରୁ ସିବିଆଇ ଜଣେ ବ୍ୟୁରୋକ୍ରାଟଙ୍କୁ ମଧ୍ୟ ଜେରା କରିଥିଲା । ସିସୋଦିଆଙ୍କ ଗିରଫଦାରୀକୁ ନେଇ ଆମ୍ ଆଦମୀ ପାର୍ଟି ପ୍ରତିକ୍ରିୟା ରଖିଛି । ଦଳର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, ଆମକୁ ଜଣା ଥିଲା ସିବିଆଇ ଗିରଫ କରିବ । ସିବିଆଇ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ଇସାରାରେ କାମ କରୁଛି ।

ଦିଲ୍ଲୀ ଅବକାରୀ ନୀତି ବିବାଦ ଘେରକୁ ଆସିବା ପରେ ସରକାର ୨୦୨୨ ଜୁଲାଇ ୩୧ରେ ନୂଆ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ । ଏଥିସହ ୨୦୨୦ ନଭେମ୍ବର ୧୭ରୁ ଥିବା ପୁରୁଣା ନୀତିକୁ ଲାଗୁ କରିଥିଲେ । ଅବକାରୀ ନୀତି ଲାଗୁ ହେବା ମାତ୍ରେ ଇଡି, ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଅନେକ ସ୍ଥାନରେ ଚଢ଼ାଉ କରିଥିଲା ।

Leave A Reply

Your email address will not be published.