ପାଟଣା: ବିମାନରେ ବୋମା ଥିବା ନେଇ ଚର୍ଚ୍ଚା ପରେ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀକାଳୀନ ଭାବେ ବିହାରର ପାଟନା ବିମାନ ବନ୍ଦରରେ ଅବତର କରିଥିଲା। ବୋମା ଥିବା ସୂଚନା ପାଇବା ମାତ୍ରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ନିଷ୍କ୍ରିୟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ, ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ସୂଚନା ଦେଇଥିଲେ। ଯାତ୍ରୀ କହିଛନ୍ତି ଯେ ତାଙ୍କ ବ୍ୟାଗରେ ବୋମା ଅଛି। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ୍ ଅନୁସନ୍ଧାନ କରିଥିଲା । ହେଲେ ବ୍ୟାଗରେ କୌଣସି ବୋମା ନଥିବା ଜଣାପଡିଥିଲା। ପରେ ସୁରକ୍ଷା କର୍ମୀ ସଂପୃକ୍ତ ଯାତ୍ରୀଙ୍କୁ ଗିରଫ କରିଥିଲେ ଏବଂ ତାଙ୍କୁ ଅଧିକ ପଚରାଉଚରା କରାଯାଇଛି।
କିଛି ସମୟ ପାଇଁ ପାଟଣା ବିମାନ ବନ୍ଦରରେ ହୋଇଥିବା ବୋମା ଖବରରେ ଆତଙ୍କ ଖେଳିଯାଇଥିଲା। ବୋମା ଖବର ଶୁଣି ସମସ୍ତେ ହତବାକ ହୋଇଯାଇଥିଲେ। ଏହି ଘଟଣାର ଖବର ସାମ୍ନାକୁ ଆସିବା ପରେ ବୋମା ନିଷ୍କାସନକାରୀ ଦଳ ଏବଂ ପୋଲିସ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ତାଙ୍କ ବ୍ୟାଗରେ ବୋମା ଥିବା ଦାବି କରିଥିଲେ। ଏହାପରେ ସେଠାରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ତାଙ୍କ ବ୍ୟାଗରେ କୌଣସି ବୋମା ମିଳିନଥିଲା।
ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର କହିଛନ୍ତି, ବ୍ୟକ୍ତି ଜଣକ କହିଥିଲେ ଯେ ସେ ବ୍ୟାଗରେ ବୋମା ଧରି ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଉଛନ୍ତି। ଏହା ପରେ ବିମାନବନ୍ଦରର ସୁରକ୍ଷା ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବୋମାର ଖବର ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରି ସେ ପଚରାଉଚରା ଆରମ୍ଭ କରିଥିଲେ। ଜିଲ୍ଲାପାଳ ଚନ୍ଦ୍ରଶେଖର କହିଛନ୍ତି ଯେ ସୂଚନା ଦେଉଥିବା ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣାପଡିଛି। ଏହି ବୋମା ଖବର ବିମାନବନ୍ଦରରେ ଆଲୋଡ଼ନ ସୃଷ୍ଟି କରିଛି। ତୁରନ୍ତ ଘଟଣାସ୍ଥଳକୁ ବୋମା ନିଷ୍କାସନକାରୀ ଦଳକୁ ଡକାଯାଇଥିଲା। ତେବେ ବୋମା ଥିବା ଖବରର କୌଣସି ଆଧାର ନାହିଁ ବୋଲି ଜଣାପଡିଛି। ଏହି ଖବର ଦେଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଏହି ବ୍ୟକ୍ତିଙ୍କ ନାମ ଗୁରୁପ୍ରୀତ ।
Comments are closed.