Latest Odisha News

BREAKING NEWS

ଖରାପ ପାଗ ଯୋଗୁଁ କ୍ଷତିଗ୍ରସ୍ତ ହେଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ଖରାପ ପାଗ ଯୋଗୁଁ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା।

ସୂଚନା ଅନୁଯାୟୀ, ବିମାନରେ ମୋଟ ୨୦୦ ଜଣ ଯାତ୍ରୀ ଥିଲେ। ଆଉ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କିନ୍ତୁ ଇଣ୍ଡିଗୋ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିମାନର ନାକରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି।

ବିମାନଟି ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଉଡ଼ାଣ କରିଥିଲା, କିନ୍ତୁ ଖରାପ ପାଗ ତଥା ଝଡ଼ ତୋଫାନ ଯୋଗୁଁ ବିମାନ ଅସମ୍ଭାଳ ହୋଇପଡିଥିଲା। ଏହି କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି।

 

Comments are closed.