Latest Odisha News

ବିମାନ ବିଳମ୍ବିତ ହେବ ବୋଲି ଘୋଷଣା କରିବାରୁ କ୍ୟାପଟେନକୁ ନିର୍ଦ୍ଧୁମ ଛେଚିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଭିତରର ଅନେକ ଭିଡିଓ ଆପଣ ଭାଇରାଲ ହେବାର ଦେଖିଥିବେ । ସେହିପରି ଆଜି ସକାଳୁ ସକାଳୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ କ୍ୟାପ୍‌ଟେନ୍‌କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଛି । ଜଣିବାକୁ ମିଳିଛି ଯେ ବିମାନ ବିଳମ୍ବ ହେବ ବୋଲି ଘୋଷଣା କରୁଥିବା ହେତୁ ସେ ରାଗରେ ବିମାନର କ୍ୟାପଟେନଙ୍କୁ ପିଟିଛନ୍ତି ।

ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିଲା । ହେଲେ ଖରାପ ପାଗ କୁହୁଡି ଯୋଗୁ ଉଡାଣରେ ବିମ୍ବଳ ହୋଇଥିଲା । ବିମାନ ଉଡିବା ବିଳମ୍ବ ହେବା ପରେ ଜଣେ ଯାତ୍ରୀ ବିମାନର ପାଇଲଟଙ୍କୁ ପିଟିଥିଲେ । ଭିଡ଼ିଓରୁ ସ୍ପଷ୍ଟ ଜଣାପଡୁଛି ଯେ ପାଇଲଟ ବିମାନ ବିଳମ୍ବ ନେଇ ଘୋଷଣା କରିବା ବେଳେ ଯାତ୍ରୀ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ । ଆଉ କହିଥଲେ ଯଦି ଆପଣ ଯିବା କଥା ଚାଲନ୍ତୁ ନଚେତ ଅନ୍ୟତ୍ର ଡ୍ରାଇଭ୍‍ କରନ୍ତୁ । ବିମାନ ସଠିକ୍‍ ସମୟରେ ଯାତ୍ରା ଆରମ୍ଭ କରିନଥିବାରୁ କ୍ରୋଧିତ ହୋଇ ଯାତ୍ରୀ ଜଣଙ୍କ ପାଇଲଟ୍ ଙ୍କୁ ମାଡ ମାରିଥିଲେ ।

ଏହି ଭିଡିଓଟି ପ୍ରଥମେ ରବିବାର ରାତିରେ ଇଭେଗେନିଆ ବେଲସ୍କାୟାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରାଯାଇଥିଲା । ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ନିନ୍ଦା କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ପ୍ଲାଇଟ୍ ବିଳମ୍ବରେ ପାଇଲଟ କିମ୍ବା କ୍ୟାବିନ କ୍ରୁଙ୍କର କ’ଣ ସମ୍ପର୍କ ଅଛି, ସେମାନେ ନିଜ କାର୍ଯ୍ୟ କରୁଛନ୍ତି । ଏହି ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କୁ ନୋ-ଫ୍ଲାଏ ତାଲିକାର ରଖାଯାଉ ବୋଲି ଦାବି କରାଯାଇଛି ।

Comments are closed.