Latest Odisha News

BREAKING NEWS

ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମକର ଚୌରାସି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଭକ୍ତ ଙ୍କୁ ମକର ଚୌରାସି ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଶ୍ରୀଜୀଉ ମାନଙ୍କୁ ଘଣ୍ଟ, ଛତା ମାଧ୍ୟମରେ ମକର ବେଢ଼ା କରାଯାଇ ମକର ଚାଉଳ ଭୋଗ କରାଯିବ। ସେହିପରି ଶ୍ରୀଜୀଉଙ୍କ ଆଜିର ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।

ସକାଳୁ ସକାଳୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ଶ୍ରୀଜିଉଙ୍କ ପଟା ପହରଣଲାଗି କରାଯିବା ପରେ ବଡ ଠାକୁର ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ମକର ଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି କରାଯାଇ ଶ୍ରୀବିଗ୍ରହମାନଙ୍କ ବେଶ କରାଯାଏ । ଏହାକୁ ମକର ଚୌରାସି ବେଶ ବୋଲି କୁହାଯାଏ ।

ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, କ୍ଷୀର, ଛେନା, ଖୁଆ, କଦଳୀ ଓ ଚାଉଳ ର ମିଶ୍ରଣରେ ମକର ଭୋଗ ପ୍ରସ୍ତୁତ କରି ଶ୍ରୀଜିଉଙ୍କ ପାଖରେ ଲାଗି ହେବ । ଏହି ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି ।

Leave A Reply

Your email address will not be published.