Latest Odisha News

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ଅଲିମ୍ପିକ ଚାମ୍ପିୟନକୁ ହରାଇଲେ ପ୍ରଣୟ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଏଚଏସ ପ୍ରଣୟ ଅଲିମ୍ପିକ ଚାମ୍ପିୟନ ଡେନମାର୍କର ଭିକ୍ଟର ଆକ୍ସଲେସନଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ପ୍ରଣୟ ୧୪-୨୧, ୨୧-୧୯ ଓ ୨୧-୧୬ ପଂଏଟରେ ପରାସ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାର ଖେଳାଳି ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ପରବର୍ତର ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସିନ୍ଧୁ ମହିଳା ସିଙ୍ଗଲ୍ସରେ ୧୭-୨୧, ୨୧-୭ ଓ ୨୧-୧୨ରେ ସ୍ପେନର କ୍ଲାରା ଅର୍ଜୁମେଂନ୍ଦିଙ୍କୁ ହରାଇ ଦେଇଥିଲେ ।

ସେହିପରି କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ୧୩-୨୧, ୨୧-୧୮ ଓ ୨୧-୧୫ରେ ପରାସ୍ତ କରିଥିଲେ । ଲକ୍ଷ୍ୟ ସେନ, ଧ୍ରୁବ କପିଳା-ଏନ ସିକ୍କି ଓ ଅଶ୍ୱୀନ ପୋନପ୍ପା-ସିକ୍କି ରେଡ୍ଡୀ ଯୋଡି ସେମାନଙ୍କ ମ୍ୟାଚ ହାରି ଯାଇଛନ୍ତି ।

Comments are closed.