Latest Odisha News

BREAKING NEWS

ଭୁବନେଶ୍ବର ରେଳ ଷ୍ଟେସନରେ ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍

ଭୁବନେଶ୍ବର : ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହେଲେ କେମିତି ହେବ ମୁକାବିଲା ? କେମିତି ଲୋକଙ୍କୁ କରାଯିବ ଉଦ୍ଧାର ? ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍ ଡ୍ରିଲ କରିଛି ରେଳବାଇ ପୋଲିସ ଓ ଜିଆରପି । ଏଭଳି ଏକ କଠିନ ସମୟରେ କିଭଳି ଏହି ସ୍ଥିତିର ମୁକାବିଲା କରାଯିବ ସେନେଇ ଏକ କାଉଣ୍ଟର ଆତଙ୍କବାଦୀ ମକ୍ ଡ୍ରିଲ୍ ଆୟୋଜିତ ହୋଇଛି । ଭୁବନେଶ୍ବର ରେଳ ଷ୍ଟେସନ ଏକ ବ୍ୟସ୍ତବହୁଳ ରେଳ ଷ୍ଟେସନ ହୋଇଥିବାରୁ ଅନେକ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି ଏବଂ ସାଧାରଣ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ତେଣୁ ଆତଙ୍କବାଦୀ ଆକ୍ରମଣ ପାଇଁ ଏହା ଏକ ଅସୁରକ୍ଷିତ ପ୍ରବଣ ଷ୍ଟେସନ । ସେହି ଦୃଷ୍ଟିରୁ ଭୁବନେଶ୍ବର ରେଳ ଷ୍ଟେସନରେ ଏହି ମକ୍ ଡ୍ରିଲ୍ କରାଯାଇଛି ।

BjdElectrycity

ମକ୍ ଡ୍ରିଲରେ ଯାତ୍ରୀମାନଙ୍କୁ ଏକ ନିରାପତ୍ତା ସ୍ଥାନକୁ ସ୍ଥାନାନ୍ତର, ଆହତ ଆରପିଏଫ୍ ଅଧିକାରୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାସହ ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯିବା ସହ ସାଧାରଣ ନାଗରିକଙ୍କ ଉପରେ ନିୟନ୍ତ୍ରଣ ଏବଂ ବନ୍ଧକଙ୍କୁ ଉଦ୍ଧାର ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇଥିଲା । ମକଡ୍ରିଲରେ ରେଳ ସୁରକ୍ଷା ବଳ, ସ୍ପେଶାଲ ଅପରେସନ୍ ବିଭାଗ, ସରକାରୀ ରେଳ ପୋଲିସ୍, କମିଶନରେଟ୍ ପୋଲିସ୍, ଟ୍ରାଫିକ୍ ପୋଲିସ୍, ଫାୟାର ବ୍ରିଗେଡ୍ ଅଧିକାରୀ, ରାଜ୍ୟ ବିଡିଡିଏସ୍, ମେଡିକାଲ୍ କର୍ମଚାରୀ, ଆରପିଏଫ୍ ଡଗ୍ ସ୍କ୍ବାଡ ଏବଂ ଷ୍ଟେସନ୍ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

ମକଡ୍ରିଲ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଅତିରିକ୍ତ ଡିଭିଜନାଲ ରେଲୱେ ମ୍ୟାନେଜର (ଅପରେସନ୍) କଲ୍ୟାଣ ପଟ୍ଟନାୟକ, ମଣ୍ଡଳ ସୁରକ୍ଷା କମିଶନର ଏମ. ସମ୍ବାଶିବା ରାଓ ଏବଂ ରେଳ ପୋଲିସ ଅଧୀକ୍ଷକ ଡି.ଏନ୍.ତ୍ରିପାଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.