Latest Odisha News

BREAKING NEWS

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ ।

ରାଜସ୍ଥାନ ବର୍ମେରରୁ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଜମି ବିବାଦକୁ ନେଇ ଦୁଇଟି ଗୋଷ୍ଠୀ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଚଳିତମାସ ଗତ ୧୩ ତାରିଖରେ ଜଣେ ବ୍ୟକ୍ତି ଜେସିବି ଚଳାଇ ଏକ ନିର୍ଦ୍ଧିଷ୍ଟ କାନ୍ଥକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ହେଲେ ବିରୋଧୀ ଗୋଷ୍ଠୀର ଜଣେ ମହିଳା ଜେସିବି ଆଗରେ ଛିଡା ହୋଇ ବିରୋଧ ପ୍ରଦର୍ଶନ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ । ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ହେଁ ଦୁଇ ପକ୍ଷର ଲୋକଙ୍କୁ ଥାନାକୁ ଡାକି ବର୍ମେର୍ ପୋଲିସ ବୁଝାମଣା କରିଥିବା ଜଣାପଡିଛି ।

Leave A Reply

Your email address will not be published.